ଟିଟିଲାଗଡ଼ : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ହାଟପଦାପଡ଼ାରେ ପୂଜା ସୁନା ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଟିଟିଲାଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ରାଜକିଶୋର ଦାଶ ଏହି ମାମଲାର ବିଚାର କରି ଅଭିଯୁକ୍ତ ମୃତ ପୂଜାଙ୍କ ସ୍ବାମୀ ଅନିଲ ସିଂହ ଓରଫ ସୁନାକୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ କାରାଦଣ୍ଡ ଓ ଏକ ଲକ୍ଷ ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅର୍ଥ ଅନାଦେୟ ଅତିରିକ୍ତ ଦୁଇବର୍ଷ କାରାଦଣ୍ଡ ଶୁଣାଇଛନ୍ତି। ସୁନା ଓ ଅନିଲ ପ୍ରେମ ବିବାହ କରିଥିଲେ। ୨୦୧୭ ଜୁନ ୨୨ରେ ପୂଜାଙ୍କୁ ଅନିଲ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ମାମଲାକୁ ସରକାରୀ ଓକିଲ ରାଧାକାନ୍ତ ପାଢ଼ୀ ପରିଚାଳନା କରିଥିଲେ ଓ ରବି ନାରାୟଣ ଭୋଇ ସହଯୋଗ କରିଥିଲେ।

The post ପତ୍ନୀହନ୍ତାକୁ ୧୦ ବର୍ଷ କାରାଦଣ୍ଡ first appeared on Sambad.

from ଜିଲ୍ଲା | Sambad https://ift.tt/2WUaoRb