ହାଟଡିହି : କୂଅରେ ପଡ଼ି ଯାଇଥିବା ମାନସିକ ନ୍ୟୂନ ଭଉଣୀକୁ ଉଦ୍ଧାର କରିବାକୁ ଯାଇ କୂଅରେ ଫସି ପ୍ରାଣ ହରାଇଛନ୍ତି ଭାଇ। ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ସୋସୋ ଥାନା ଅଧୀନ ଢେଙ୍କା ପଞ୍ଚାୟତରେ।

ସୂଚନା ଅନୁସାରେ, ଢେଙ୍କା ପଞ୍ଚାୟତ ରାଇନଟା ଗ୍ରାମର ଈଶ୍ୱର ଚନ୍ଦ୍ର ନାଇକଙ୍କ ଭଉଣୀ କନକ ଜଣେ ମାନସିକ ନ୍ୟୂନ ଯୁବତୀ। ସେ ଆଜି ଗାଧୋଇବାକୁ ଯାଇ ଘରପାଖରେ ଥିବା କୂଅରେ ପଡ଼ି ଯାଇଥିଲେ। ଭାଇ ଈଶ୍ୱର ତାଙ୍କୁ ଉଦ୍ଧାର କରିବାକୁ କୂଅ ଭିତରେ ପଶିଥିଲେ। ଭଉଣୀଙ୍କ ଜୀବନ ରକ୍ଷା କରିବାରେ ସେ ସଫଳ ହୋଇଥିବା ବେଳେ ନିଜେ କୂଅରେ ଫସି ଯାଇଥିଲେ। କୂଅ ଭିତରେ ଶ୍ବାସରୁଦ୍ଧ ହୋଇ ଗୁରୁତର ହୋଇପଡ଼ିଥିଲେ। ଗାଁ ଲୋକେ ତାଙ୍କୁ କୌଣସିମତେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଈଶ୍ବରଙ୍କ ମୃତ୍ୟୁରେ ଗ୍ରାମରେ ଶୋକ ପ୍ରକାଶ ପାଇଛି। ଖବର ପାଇ ସୋସୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ମୃତଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

The post କୂଅରୁ ଭଉଣୀକୁ ଉଦ୍ଧାର କରିବାକୁ ଯାଇ ଭାଇ ମୃତ, ଭଉଣୀ ଉଦ୍ଧାର first appeared on Sambad.

from ଜିଲ୍ଲା | Sambad https://ift.tt/3AEZJsv