
କଂଟାବାଞ୍ଜି : ଡକୁମେଣ୍ଟାରି ଭିଡିଓ ଫିଲ୍ମ ‘ଜିଲ୍ଲା ବଲାଙ୍ଗୀର’ ଶୁକ୍ରବାର ରିଲିଜ ହୋଇଛି। ସ୍ଥାନୀୟ ହୋଟେଲ ରୟାଲ ଟୁଲିପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହା ରିଲିଜ୍ କରାଯାଇଛି। ଏହି ଅବସରରେ ଟିଟିଲାଗଡ଼ ବିଧାୟିକା ତଥା ମହିଳା ଶିଶୁ ବିକାଶ ମିସନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ମୁଖ୍ୟ ଅତିଥି, କଂଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା, ପ୍ରଯୋଜକ ଜିତେନ୍ଦ୍ର ମିଶ୍ର, ବିଜେଡି ସାଧରଣ ସଂପାଦକ ଫିରୋଜ ଖାଁ, ସଂଜୟ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ବ୍ରଜେଶ ମିତ୍ତଲ ସଂଚାଳନ କରିଥିଲେ। ଏହି ଫିଲ୍ମରେ ବଲାଙ୍ଗୀର ଜିଲ୍ଲାର ସଂସ୍କୃତି, ପରମ୍ପରା ଏବଂ ଏହି ଅଂଚଳର ସମସ୍ତ ପର୍ଯ୍ୟଟନ ସ୍ଥଳୀ ଲୋକଲୋଚନକୁ ଆଣିବା ପାଇଁ କଂଟାବାଞ୍ଜି ସହରର ୧୭ ବର୍ଷ ବୟସର ନିର୍ଦେଶକ ସିଦ୍ଧାନ୍ତ ଅଗ୍ରୱାଲ ଭରପୂର ପ୍ରୟାସ କରିଛନ୍ତି।
ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀମତୀ ସାହୁ କହିଛନ୍ତି ଯେ ବଲାଙ୍ଗୀର ଅଂଚଳର କଳା, ସଂସ୍କୃତି, ପରମ୍ପରାକୁ ବଜାୟ ରଖିବା ପାଇଁ ମନୋବଳ ଦୃଢ଼ କରିବାକୁ ହେବ। ଅତାବିରାର ଜଣେ ପୁଅ ଅଲିମ୍ପିକରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା କଥା ମଧ୍ୟ କହି ମନ୍ତ୍ରୀ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ବିଧାୟକ ଶ୍ରୀ ସାଲୁଜା କହିଥିଲେ ଯେ କଂଟାବାଞ୍ଜିର ପୁଅ ସିଦ୍ଧାନ୍ତ ଏହି ଅଂଚଳର କଳା ସଂସ୍କୃତିକୁ ନେଇ ତିଆରି କରିଥିବା ଏହି ଭିଡିଓ ସମସ୍ତଙ୍କ ପାଇଁ ସ୍ମରଣୀୟ ହୋଇ ରହିବ। ଏହି ଅବସରରେ ସହରର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଏହି ଡକୁମେଣ୍ଟାରି ଭିଡିଓ ତିଆରିରେ ସହଯୋଗ କରିଥିବା କଂଟାବାଞ୍ଜି ଭୂମି ଷ୍ଟୁଡିଓର ନୀଲକମଲ ସାହୁ ଏବଂ ଟିମ୍, ପୋଷ୍ଟର, ଫଟୋଗ୍ରାଫର ସିଦ୍ଧାର୍ଥ ସଂଜୀବ, ଟିଟିଲାଗଡ଼ର ନିରୋଜ ପଟ୍ଟନାୟକ, କଳ୍ପେଶ ଟାଙ୍କ, କ୍ରିଷ୍ଣା ସୋଲାଙ୍କି ପ୍ରମୁଖ ଉପସ୍ଥିତ ଥିଲେ।
The post ‘ଜିଲ୍ଲା ବଲାଙ୍ଗୀର’ ଡକୁମେଣ୍ଟାରି ଭିଡିଓ ରିଲିଜ ହେଲା first appeared on Sambad.from ଜିଲ୍ଲା | Sambad https://ift.tt/38We8En
0 Comments