
ଚଣ୍ତିଖୋଲ : ଗୋପାଳପୁର କ୍ଷେତ୍ର ଚିକିତ୍ସାଳୟର ଡାକ୍ତରଙ୍କୁ ଧମକ ଓ କର୍ମଚାରୀମାନଙ୍କୁ ଆକ୍ରମଣ କରିବା ମାମଲାରେ ବ୍ଲକ୍ ଉପାଧ୍ୟକ୍ଷାଙ୍କ ସ୍ବାମୀ ବିଜେପି ନେତା ଯଶୋଦୀପ୍ତ ସାମଲ ଓ ତାଙ୍କ ସହଯୋଗୀ ଅଧର ଜେନାଙ୍କୁ ବାଲିଚନ୍ଦ୍ରପୁର ଥାନା ପୁଲିସ ଗିରଫ କରି ଆଜି କୋର୍ଟଚଲାଣ କରିଛି। ଏମାନେ ଫେରାର ହୋଇଯାଇଥିଲେ। ଯଶୋଦୀପ୍ତ ଓ ଅଧର ଜଗତସିଂହପୁର ଅଞ୍ଚଳରେ ରହିଥିବା କୌଣସି ସୁତ୍ରରୁ ଖବର ପାଇ ବାଲିଚନ୍ଦ୍ରପୁର ପୁଲିସ ଗତକାଲି ରାତିରେ ସେଠିକାର ପୁଲିସ ସହଯୋଗରେ ଗିରଫ କରିଥିଲେ।
ବାଲିଚନ୍ଦ୍ରପୁର ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ଗତ ୭ ତାରିଖ ରାତିରେ ରୋଗୀଦେଖାକୁ ନେଇ କେତେକ ଯୁବକ ଗୋପାଳପୁର କ୍ଷେତ୍ରୀୟ ଚିକିତ୍ସାଳୟରେ ଗଣ୍ତଗୋଳ କରି ଡାକ୍ତର ସୁବାସ ପଣ୍ତାଙ୍କୁ ଗାଳିଗୁଲଜ କରିବା ସହ ଡାକ୍ତରଖାନାର ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ବ୍ୟବହାର କରିଥିଲେ। ଡାକ୍ତର ଶ୍ରୀ ପଣ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଥାନା କେସ ନମ୍ବର ୨୭୭/୨୧ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିଲା।
ସେହିଦିନ ମୂର୍ତ୍ତି ପଥର ଚୋରା କାରବାର ଘଟଣାକୁ କେନ୍ଦ୍ର କରି ହୋଇଥିବା ଗଣ୍ଡଗୋଳରେ ଜଣେ ଯୁବକଙ୍କୁ କଳାଶ୍ରୀ ଠାରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ମଧ୍ୟ ଯଶୋଦୀପ୍ତ ଓ ଅଧର ସଂପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା।। ପୁଲିସ ପକ୍ଷରୁ ଦୁଇଟି ମାମଲା ରୁଜୁ କରିଥିଲା। ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ଗତ ୧୧ ତାରିଖରେ ଟୁନା ସାହୁୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ବିଜେପି ନେତା ଯଶୋଦୀପ୍ତ ଓ ଅଧର ଜେନାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଉଭୟ ଘଟଣାରେ ସଂପୃକ୍ତି ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
The post ଡାକ୍ତରଙ୍କୁ ଧମକ ଓ ଆକ୍ରମଣ ଘଟଣା ମହଙ୍ଗା ପଡିଲା: ବ୍ଲକ ଉପାଧ୍ୟକ୍ଷା ସ୍ୱାମୀ ଓ ସହଯୋଗୀଙ୍କୁ କୋର୍ଟଚାଲାଣ first appeared on Sambad.from ଜିଲ୍ଲା | Sambad https://ift.tt/39acEXe
0 Comments