ବରୀ : ଲଗାଣ ବର୍ଷା ପରେ ବ୍ରାହ୍ମଣୀ ନଦୀରେ ଆସିଥିବା ପ୍ରଥମ ବନ୍ୟାରେ ବ୍ରାହ୍ମଣୀ ନଦୀର ଦକ୍ଷିଣ ପାର୍ଶ୍ବ ନଦୀବନ୍ଧରେ ତିନିମୁହାଣୀଠାରୁ ମାଟିଆପଡ଼ା ମଧ୍ୟରେ ୪ଟିରୁ ଅଧିକ ଘାଇ ହୋଇଛି। ଘାଇ ବାଟେ ବନ୍ୟାଜଳ ପ୍ରବେଶ କରିବା ଦ୍ୱାରା ୯ ଟି ପଞ୍ଚାୟତ ପ୍ରଭାବିତ ହୋଇଛି। ୧୮ଟି ରାଜସ୍ବ ଗ୍ରାମ ୧୦୧ ଟି ୱାର୍ଡର ୪୦ହଜାର ୯୩୫ ଜଣ ଏଥିରେ ପ୍ରଭାବିତ ହୋଇଛନ୍ତି। ସାହୁପଡ଼ା, ଧାରପୁର, ବାଲିଆ, ଇଶାଣପୁର, ସ୍ବାଇଁଖଣ୍ଡ, ଗୋଳକୁଣ୍ଡ ପଞ୍ଚାୟତରେ କେତକ ଘରେ ପାଣି ପଶିଯାଇଥିବାରୁ ବାସହରା ହୋଇଥିବା ପରିବାରକୁ ପ୍ରଶାସନ ପକ୍ଷରୁ ଶୁଖିଲା ଓ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି। ପ୍ରଶାସନର ସୂଚନା ଅନୁସାରେ ୧୩୯୨ ଜଣଙ୍କୁ ଖାଦ୍ୟ ଦିଆଯାଇଛି।

ଅପରପକ୍ଷରେ ଗୋଳକୁଣ୍ଡ ଇନ୍ଦୁପୁର ମୁଖ୍ୟରାସ୍ତା ଉପରେ ଚାଲୁଥିବା ବନ୍ୟାସ୍ରୋତ ଅପସରି ଯାଇଛି। କିନ୍ତୁ ଏବେ ବି ଗାଁ’ଗୁଡ଼ିକରେ ବନ୍ୟାଜଳ ଭରିରହିଛି। ଅନେକ କଚ୍ଚାଘର ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି। ମୁଖ୍ୟରାସ୍ତାରୁ ପାଣି ଖସିଯାଇଥିଲେ ବି ଚାଷଜମି ଓ ଗାଁ’ଗଣ୍ଡାରେ ପାଣି ରହିଛି।

The post ପ୍ରଥମ ବନ୍ୟାରେ ବ୍ରାହ୍ମଣୀ ନଦୀବନ୍ଧରେ ୪ ଘାଇ first appeared on Sambad.

from ଜିଲ୍ଲା | Sambad https://ift.tt/3tUknSY