ଖୋର୍ଦ୍ଧା: ସ୍ଥାନୀୟ ପ୍ରାଣନାଥ ସ୍ୱୟଂଶାସିତ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଗତକାଲି ମହାବିଦ୍ୟାଳୟ ପରିସରରେ ଥିବା ମୈତ୍ରୀ ଭବନ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଡଃ. ରଂଜିତା ସେଠୀ ସଭାପତିତ୍ୱ କରିଥିଲେ। ଅଧ୍ୟାପକ ସୁବୋଧ କୁମାର ଜଗଦେବ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏଥିରେ ଶିକ୍ଷାବିତ ଡଃ. ପ୍ରମୋଦ ଚନ୍ଦ୍ର ଦାଶ ମୁଖ୍ୟ ଅତିଥି, ପୂର୍ବତନ ଅଧ୍ୟାପକ ଡଃ. ସୁଧୀର ଚନ୍ଦ୍ର ଜେନା ମୁଖ୍ୟବକ୍ତା, ସିନେ କଳାକାର ଋଶି ପଟ୍ଟନାୟକ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ଏନ୍ଏସ୍ଏସ ସ୍ଥାପନର ଉଦେଶ୍ୟ, ଏହାର କାର୍ଯ୍ୟର ପ୍ରଶଂସା କରିଥିଲେ।

ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ଅଧିକାରୀ ସୁକୁମାର ପଟ୍ଟନାୟକ ଅତିଥି ପରିଚୟ ଓ ଅଲିଭା ଦେହୁରୀ ପ୍ରାରମ୍ଭିକ ସୂଚନା ଦେଇଥିଲେ। ପ୍ରଧ୍ୟାପକ ଶୁଭେନ୍ଦୁ କୁମାର ମହାନ୍ତି, ପ୍ରଧ୍ୟାପକ ପ୍ରମୋଦ କୁମାର ସାମଲ, ଅଧ୍ୟାପକ ବନୋଜ କୁମାର ଦେହୁରୀ, ହେମନ୍ତ କୁମାର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

The post ପ୍ରାଣନାଥ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ  first appeared on Sambad.

from ଜିଲ୍ଲା | Sambad https://ift.tt/3lW28Jf