
ମାଲକାନଗିରି: ଦୁଇ ବିଧାୟକଙ୍କ ତାଳମେଳ ଯୋଗୁଁ ମୃତଦେହକୁ ମିଳିଲା ଆମ୍ବୁଲାନ୍ସ | ସୂଚନା ମୁତାବକ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଲିମେଳା ବ୍ଲକର ଏମଭି-୭୨ ଗ୍ରାମର ହରଣ ସରକାର ଗୁରୁତର ଅସୁସ୍ଥ ହୋଇପଡିଥିବାରୁ ତାଙ୍କୁ କଟକସ୍ଥିତ ଆଚାର୍ଯ୍ୟ ହରିହର ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ହୋଇଯାଇଥିଲା। ତେବେ ମୃତଦେହ ପାଖେ ତାଙ୍କର ପତ୍ନୀ ଏବଂ ଦୁଇ ବର୍ଷର ପୁଅ ହିଁ ଥିଲେ |
ତେବେ ମୃତଦେହକୁ କିପରି ନିଜ ଗ୍ରାମକୁ ଫେରାଇ ନେବେ ସେ ନେଇ ପତ୍ନୀ ଚିନ୍ତାରେ ପଡିଥିଲେ। ତେବେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଲୋକଙ୍କୁ ସହଯୋଗ ପାଇଁ ନେହୁରା ହୋଇଥିଲେ ମଧ୍ୟ କେହି ସାହାଯ୍ୟ କରିନଥିଲେ। ତେବେ ରାଉଲ ରାଓ ନାମକ ଯୁବକ ଏହି ଖବର ପାଇବା ପରେ ତୁରନ୍ତ ସେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ଏବଂ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କୁ ଏହି ଘଟଣା ଜଣାଇବା ପରେ ତୁରନ୍ତ ଦୁହେଁ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ।

ଆଜି ପତ୍ନୀ ସ୍ବାମୀଙ୍କ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ କଟକରୁ ବାହାରିଥିବା ଜଣାପଡିଛି। ତେବେ ସେ ଆସନ୍ତାକାଲି ଗ୍ରାମରେ ପହଞ୍ଚିବେ ବୋଲି ଜଣାପଡିଛି। ତେବେ ବିଧାୟକମାନଙ୍କ ଏହି ମହାନ କାମକୁ ସାଧାରଣରେ ପ୍ରଶଂସା କରାଯାଇଛି।
The post ଚିତ୍ରକୋଣ୍ଡା ଏବଂ କଟକ ସଦର ବିଧାୟକଙ୍କ ସହଯୋଗରେ ମୃତଦେହକୁ ମିଳିଲା ଆମ୍ବୁଲାନ୍ସ first appeared on Sambad.from ଜିଲ୍ଲା | Sambad https://ift.tt/3u3m2p5
0 Comments