
ବାଣପୁର: ୪୮ଘଣ୍ଟାର ଉଦ୍ୟମ ପରେ ଅଗ୍ନିଶମ ବାହିନୀକୁ ମିଳିଲା ଚରଣଙ୍କ ମୃତଦେହ। ଶାଳିଆ ନଦୀରେ ଭାସିଯାଇ ନିଖୋଜ ଥିବା ଖୋର୍ଦ୍ଧା ଜିଲ୍ଲା ମାଣିକପୁର ଗ୍ରାମର ଚରଣ ବେହେରାଙ୍କ ମୃତଦେହକୁ ଅଗ୍ନିଶମ ବାହିନୀ ଠାବ କରିଛି। ଦୀର୍ଘ ଦୁଇ ଦିନ ହେବ ଉଭୟ ବାଣପୁର ଓ ବାଲୁଗାଁ ଅଗ୍ନିଶମ ବାହିନୀ, ସ୍ଥାନୀୟ ଜନସାଧାରଣ ଏବଂ ପୁଲିସ ଅକ୍ଲାନ୍ତ ପରିଶ୍ରମ କରିଥିଲେ ସୁଦ୍ଧା ନିଖୋଜ ଚରଣଙ୍କ ପତ୍ତା ମିଳିପାରିନଥିଲା। ଶେଷରେ ଆଜି ବାଣପୁର ଏବଂ ବାଲୁଗାଁ ଅଗ୍ନିଶମ ଅଧିକାରୀଙ୍କ ଦ୍ୱାରା ଗଠିତ ଟିମ ସର୍ଚ୍ଚ ଅପେରସନ କରୁଥିବା ବେଳେ ବେଙ୍ଗରାଜପଲ୍ଲୀ ଗ୍ରାମ ନିକଟସ୍ଥ ନଦୀରୁ ଚରଣଙ୍କ ମୃତଦେହ ଉଦ୍ଧାର ହୋଇଥିବାର ସୂଚନା ଦେଇଛନ୍ତି ଉଭୟ ଅଗ୍ନିଶମ ଅଧିକାରୀ।
ଉଲ୍ଲେଖଯୋଗ୍ୟ ଯେ, ଗତ ୨୦ ତାରିଖ ସକାଳ ୬ଟାରେ ଚରଣ ବେହେରା (୬୦) ଶୌଚ ପାଇଁ ମାଣିକପୁର ଗ୍ରାମର ଜାମୁଆ ତୁଠ (ଶାଳିଆ ନଦୀ) ମଧ୍ୟକୁ ଯାଇଥିବାବେଳେ ଜଳର ପ୍ରଖର ସ୍ରୋତରେ ଭାସିଯାଇଥିଲେ। ଖବର ପାଇ ବାଣପୁର ଅଗ୍ନିଶମ ବାହିନୀ ସକାଳ ୭ଟାରୁ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ ତାଙ୍କର ସନ୍ଧାନ ମିଳିପାରିନଥିଲା। ପରବର୍ତ୍ତୀ ସମୟରେ ବାଲୁଗାଁ ଅଗ୍ନିଶମ ବାହିନୀ, ବାଣପୁର ପୁଲିସ ଏବଂ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। କିନ୍ତୁ ଦୀର୍ଘ ୨ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଆଜି ଚରଣଙ୍କ ମୃତଦେହ ଉଦ୍ଧାର ହୋଇପାରିଛି।
The post ୪୮ଘଣ୍ଟାର ଉଦ୍ୟମ ପରେ ଶାଳିଆ ନଦୀରୁ ଅଗ୍ନିଶମ ବାହିନୀକୁ ମିଳିଲା ବୃଦ୍ଧଙ୍କ ମୃତଦେହ first appeared on Sambad.from ଜିଲ୍ଲା | Sambad https://ift.tt/2XzEEB2
0 Comments