
ଘଟଗାଁ : ଲଗାଣ ବର୍ଷା ଯୋଗୁଁ ଘଟଗାଁରେ ଅବସ୍ଥା ସଂଗିନ ହୋଇଛି। ଘଟଗାଁ ବଜାରର ବହୁ ଦୋକାନରେ ପାଣି ପଶିବାରୁ ବ୍ୟବସାୟୀମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହୋଇଛନ୍ତି। ଶ୍ରୀରାମ ମାର୍କେଟ କମ୍ପ୍ଲେକ୍ସର ସମସ୍ତ ଦୋକାନରେ ପାଣି ପଶିଥିବା ଦେଖିବାକୁ ମିଲିଛି। ସେହିପରି ଘଟଗାଁ ବନ ବିଭାଗ କାର୍ଯ୍ୟାଳୟ, ବ୍ଲକ୍ କଲୋନି ଓ ଘଟଗାଁ ସାହିର ବିଭିନ୍ନ ଲୋକଙ୍କ ଘରେ ପାଣି ପଶିବା ସହ ରାସ୍ତାରେ ଅଣ୍ଠୁଏ ଉଚ୍ଚରେ ପାଣି ଚାଲୁଛି। ବିଶେଷ କରି ଶ୍ରୀରାମ ମାର୍କେଟ କମ୍ପ୍ଲେକ୍ସର ଦୋକାନୀମାନେ ଦୁଇଦିନ ହେଲା ଦୋକାନ ଖୋଲିପାରି ନାହାନ୍ତି।
ଗତକାଲି ଏବିଡିଓ ଚିତ୍ତରଞ୍ଜନ ନାୟକ ଓ ମୁକୁନ୍ଦପୁରପଟଣା ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ ଘଟଣାସ୍ଥଳରେ ଜଳ ନିଷ୍କାସନ ପାଇଁ ଚେଷ୍ଟା କରିଥିଲେ। ମାତ୍ର ଅପରାହ୍ଣ ପର୍ଯ୍ୟନ୍ତ ଜଳ ନିଷ୍କାସନ ହୋଇପାରି ନଥିଲା। ଆଜି ସକାଳେ ଜେସିବି ମେସିନ ଲଗାଇ ଡ୍ରେନ୍ ଉପର ସ୍ଲାବ୍ ସବୁ ଉଠାଇବାକୁ ଚେଷ୍ଟା କରାଯାଇଥିଲା। ମାତ୍ର ଡ୍ରେନ୍ ଉପରେ ଦୋକାନ ଥିବାରୁ କାମ ବାଧାପ୍ରାପ୍ତ ହୋଇଥିଲା। ଶେଷରେ ଦୋକାନୀମାନେ ଦୋକାନ ଉଠାଇବା ପରେ ସ୍ଲାବ୍ ଉଠାଯାଇ ଡ୍ରେନ୍ ସଫା କରାଯାଇଥିଲା। ସେହିପରି ଆଜି ଜଳ ନିଷ୍କାସନ ପାଇଁ ଅଗ୍ନିଶମ ବିଭାଗର ସହାୟତା ନିଆଯାଇଥିଲା। ସୂଚନାଯୋଗ୍ୟ, ଡ୍ରେନ୍ରେ ପଡ଼ିଥିବା ସ୍ଲାବ ଉପରେ ଉଠା ଦୋକାନ ରହିଛି। ଡ୍ରେନ୍ ପୋତି ହୋଇଯାଇଥିବାରୁ ଜଳ ନିଷ୍କାସନରେ ସମସ୍ୟା ହେଉଛି।
The post ଲଗାଣ ବର୍ଷାରେ ଘଟଗାଁ ଉବୁଟୁବୁ first appeared on Sambad.from ଜିଲ୍ଲା | Sambad https://ift.tt/3nQbIA3
0 Comments