
କୋକସରା : ଲଗାଣ ବର୍ଷାରେ କୋକସରା ବ୍ଲକ୍ କାଉଡ଼ୋଳା ପଞ୍ଚାୟତ କାଉଡ଼ୋଳା ଗ୍ରାମର ହର ବେଶ୍ରାଙ୍କ ମାଟି ଘର ମଙ୍ଗଳବାର ରାତିରେ ଭୁଶୁଡ଼ି ପଡ଼ିଛି। ସୌଭାଗ୍ୟକୁ ପରିବାର ଲୋକଙ୍କ କୌଣସି କ୍ଷତି ହୋଇନାହିଁ। ସକାଳେ କୋକସରା ଅଗ୍ନିଶମ ବିଭାଗ ସୂଚନା ପାଇ ପରିବାର ଲୋକଙ୍କୁ ଉଦ୍ଧାର କରିଛି। ଆମପାଣି ରାଜସ୍ବ ନିରୀକ୍ଷକ ପହଞ୍ଚି ରିପୋର୍ଟ ସଂଗ୍ରହ କରିବା ସହ ଏକ ପଲିଥିନ୍ ଯୋଗାଇବା ପରେ ସରକାରୀ ନିୟମ ମୁତାବକ ସାହାଯ୍ୟ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
The post ଲଗାଣ ବର୍ଷାରେ ଭାଙ୍ଗିଲା ଘର, ବାସହରା ହେଲେ ପରିବାର first appeared on Sambad.from ଜିଲ୍ଲା | Sambad https://ift.tt/2Xp9IDi
0 Comments