ଧର୍ମଶାଳା : ଧର୍ମଶାଳା ବ୍ଲକ କୋତପୁର ପଞ୍ଚାୟତ ଭଗବାନପୁର ଗ୍ରାମର ଜଙ୍ଗଲ ଓ ପରିବେଶ ବିଭାଗର ଅବସରପ୍ରାପ୍ତ ଅନୁଶାସନ ସଚିବ ଗୋବିନ୍ଦ ଚନ୍ଦ୍ର ମାହୁନ୍ତଙ୍କ ଗତ ୮ ତାରିଖରେ କରୋନାରେ ଦେହାନ୍ତ ହୋଇଥିଲା। ଏହି ସମୟରେ ତାଙ୍କ ବଡ଼ପୁଅ ରଜତ କୁମାର ମାହୁନ୍ତ(୪୫) ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରବିବାର ଦିନ ସେଠାରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଛି। କୋଭିଡ୍‌ ନିୟମାନୁସାରେ ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସ˚ପନ୍ନ କରାଯାଇଛି। ଏହି ସମୟରେ ପରିବାରବର୍ଗ ଓ ବନ୍ଧୁ ଉପସ୍ଥିତ ଥିଲେ।

ବାପାଙ୍କ ମୃତ୍ୟୁର ୧୨ଦିନ ପରେ ପୁଅଙ୍କ ମୃତ୍ୟୁ ହେବା ଖବର ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ବିଜେଡି ଜିଲ୍ଲା ସାଧାରଣ ସ˚ପାଦକ ଅମିୟ କୁମାର ପରିଡ଼ା, ମଳୟ କୁମାର ସାମଲ, ସାମ୍ବାଦିକ ବିବେକାନନ୍ଦ ରାୟ, ପୂର୍ବତନ ସରପଞ୍ଚ ସନ୍ତୋଷ କୁମାର ଜେନା, ଅଧରକାନ୍ତ ଜେନା, ଅବନିନ୍ଦ୍ର ଜେନା, ଶିକ୍ଷାବିତ୍‌ ନିର୍ମଳ ଚନ୍ଦ୍ର ରାୟ, କୈଳାସ ଲେଙ୍କା, ଶୁଭ୍ରଜିତ୍‌ ସାମଲ, ସ୍ମୃତିର˚ଜନ ସାମଲଙ୍କ ସମେତ ବହୁ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି।

The post କରୋନାର କରାଳ ରୂପ: ବାପାଙ୍କ ମୃତ୍ୟୁର ୧୨ଦିନରେ ପୁଅର ପରଲୋକ first appeared on Sambad.

from ଜିଲ୍ଲା | Sambad https://ift.tt/2VSr9fd