
ଦଶରଥପୁର : ମଙ୍ଗଳପୁର ଥାନା ଅନ୍ତର୍ଗତ କଟିକଟା ବୈତରଣୀ ପୋଲ ଉପରେ ଜଣେ ମହିଳାଙ୍କ ବେକରୁ ୨ ଯୁବକ ସୁନାହାର ଲୁଟି ନେବାକୁ ଉଦ୍ୟମ କରୁଥିବା ବେଳେ ଧରା ପଡ଼ିଛନ୍ତି। ଖସି ପଳାଇ ଯାଉଥିବା ୨ ଯୁବକଙ୍କୁ ସ୍ଥାନୀୟ ଲୋକେ କାବୁକରି ପୁଲିସ ଜିମା ଦେଇଛନ୍ତି। ଦୁଇ ଅଭିଯୁକ୍ତଙ୍କ ଘର ତଳିହା ପଞ୍ଚାୟତର ବରହଟା ଗ୍ରାମରେ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, କଟିକଟା ଗ୍ରାମର ଜଣେ ମହିଳା ଆଜି ସଂଧ୍ୟାରେ ବୈତରଣୀ ପୋଲ ଉପରେ ବୁଲୁଥିବା ସମୟରେ ସେ ପିନ୍ଧିଥିବା ସୁନା ହାରକୁ ୨ ଅଭିଯୁକ୍ତ ଛିଡ଼ାଇ ନେବାକୁ ଉଦ୍ୟମ କରିଥିଲେ। ସୁନାଚେନ୍ଟି ଛିଡ଼ି ନଥିବା ବେଳେ ଅଭିଯୁକ୍ତମାନେ ଖସି ପଳାଇଯିବାକୁ ଉଦ୍ୟମ କରିଥିଲେ। ହେଲେ ମହିଳା ଜଣକ ପାଟି କରିବାରୁ ନିକଟରେ ଥିବା କିଛି ଲୋକ ୨ ଯୁବକଙ୍କୁ କାବୁ କରି ନେଇଥିଲେ। ଏହାପରେ ସେମାନଙ୍କୁ ଝୁମ୍ପୁରି ଫାଣ୍ଡି ଜିମା ଦିଆଯାଇଥିଲା। ମଙ୍ଗଳପୁର ପୁଲିସ ଅଭିଯୁକ୍ତଙ୍କୁ ଫାଣ୍ଡିରୁ ଆଣି ଥାନାରେ ଅଟକ ରଖିଛି। ହେଲେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।
The post ମହିଳାଙ୍କ ବେକରୁ ସୁନାହାର ଲୁଟ୍ ଉଦ୍ୟମ, ୨ ଯୁବକଙ୍କୁ କାବୁକରି ପୁଲିସ ଜିମା ଦେଲେ ଗ୍ରାମବାସୀ first appeared on Sambad.from ଜିଲ୍ଲା | Sambad https://ift.tt/3ADFviM
0 Comments