
କେନ୍ଦୁଝର : କେନ୍ଦୁଝର ସଦର ରେଞ୍ଜ ବେଲଦା ବିଟ୍ ଅନ୍ତର୍ଗତ ବେଲପଶି ଗ୍ରାମର ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୬ଟାରେ ବେଲଦା ସଂରକ୍ଷିତ ଜଙ୍ଗଲ ନିକଟରେ ଥିବା ପୋଖରୀକୁ ବେଲପଶି ଗ୍ରାମର ଭକ୍ତବନ୍ଧୁ ମହାନ୍ତ (୪୫) ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ତାଙ୍କୁ ଏକ ଭାଲୁ ଅତର୍କିତ ଆକ୍ରମଣ କରିଥିଲା। ଭକ୍ତବନ୍ଧୁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସିଥିଲେ। ଲୋକଙ୍କୁ ଦେଖି ଭାଲୁଟି ପୁଣି ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା। ଗୁରୁତର ଅବସ୍ଥାରେ ଭକ୍ତବନ୍ଧୁଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
The post ଭାଲୁ ଆକ୍ରମଣରେ ଜଣେ ଗୁରୁତର first appeared on Sambad.from ଜିଲ୍ଲା | Sambad https://ift.tt/39vSJlC
0 Comments