
ସମ୍ବଲପୁର : ଶନିବାର ହୀରାକୁଦ ବନ୍ଧର ଆଉ ୨ଟି ଗେଟ୍ ଖୋଲା ଯାଇଛି। ଫଳରେ ମୋଟ ଖୋଲା ଥିବା ଗେଟ୍ ସଂଖ୍ୟା ୬ ହୋଇଛି। ଶନିବାର ସଂଧ୍ୟା ୬ଟାବେଳେ ହୀରାକୁଦ ଜଳସ୍ତର ୬୨୯.୬୦ ଫୁଟ୍ ଥିଲା। ସେତିକିବେଳେ ଜଳଭଣ୍ଡାରକୁ ୧,୨୬,୭୮୮ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲା ବେଳେ ବିଭିନ୍ନ ମାର୍ଗ ଦେଇ ସମାନ ପରିମାଣର ଜଳ ନିଷ୍କାସିତ ହେଉଥିଲା।
ସ୍ପିଲ୍ୱେ ଦେଇ ୯୮,୪୪୮ କ୍ୟୁସେକ୍, ପାୱାର୍ ଚାନେଲ୍ ଦେଇ ୨୪,୧୭୭ କ୍ୟୁସେକ୍, ବରଗଡ଼ କେନାଲ୍ ଦେଇ ୩,୦୬୧ କ୍ୟୁସେକ୍, ଶାସନ କେନାଲ ଦେଇ ୬୩୦ କ୍ୟୁସେକ୍, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରି ଦେଇ ୯୦ କ୍ୟୁସେକ୍, ଶିଳ୍ପ ସଂସ୍ଥା ପାଇଁ ୨୮୨ କ୍ୟୁସେକ୍ ପାଣି ଛଡ଼ା ଯାଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୯.୧୦ ମିଲିମିଟର୍ ଓ ତଳ ମୁଣ୍ଡରେ ୧.୩୬ ମିଲିମିଟର୍ ବର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।
The post ହୀରାକୁଦ ଜଳସ୍ତର ୬୨୯.୬ ଫୁଟ୍, ୬ ଗେଟ୍ ଖୋଲା first appeared on Sambad.from ଜିଲ୍ଲା | Sambad https://ift.tt/3m0E9so
0 Comments