ସମ୍ବଲପୁର : ବୁର୍ଲା ପୁଲିସ ପୁଣି ଏକ ଡକାୟତି ଉଦ୍ୟମକୁ ପଣ୍ଡ କରିଛି। କିଛି ଦୁର୍ବୃତ୍ତ ଶୁକ୍ରବାର ରାତି ଏ କଟାପାଲି ନିକଟରେ ପଥଚାରୀଙ୍କ ଠାରୁ ଡକାୟିତି କରିବାକୁ ଯୋଜନା କରୁଥିଲେ। ଏ ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବୁର୍ଲା ଇଆର୍‌ଭି ଟିମ୍‌ ଚଢ଼ଉ କରିଥିଲା। ଡକାୟତି ଉଦ୍ୟମକୁ ପଣ୍ଡ କରିବା ସହ ୫ ଜଣଙ୍କୁ ଗିରଫ କରିଥିଲା। ପୁଲିସ ସେମାନଙ୍କ ପାଖରୁ ଗୋଟିଏ ଖଣ୍ଡା, ୨ଟି ଲୁହା ରଡ୍‌, ଗୋଟିଏ ଛୁରି ଓ ଗୋଟିଏ ଠେଙ୍ଗା ଜବତ କରିଛି।

The post ଡକାୟତି ଉଦ୍ୟମ ପଣ୍ଡ, ୫ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3zBlIze