
ବଡ଼ସାହି/ମାଣତ୍ରୀ : ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ପଟିସାରି ଗ୍ରାମର ସନାତନ ପୁଥାଳଙ୍କ ପୁଅଙ୍କୁ ନିଟ୍ ପରୀକ୍ଷାରେ ଅଧିକ ନମ୍ବର କରାଇଦେବା କହି ଟଙ୍କା ନେବାକୁ ଆସିଥିବାବେଳେ ଧରାପଡ଼ିଛନ୍ତି ଠକ।
ଅଭିଯୋଗ ଅନୁଯାୟୀ ସନାତନଙ୍କ ପୁଅ ଜୀବନଜ୍ୟୋତି ଗତବର୍ଷ ନିଟ୍ ପରୀକ୍ଷା ଦେଇଥିଲେ। ପରୀକ୍ଷା ପରେ ସନାତନଙ୍କ ପାଖକୁ ଏକ ଅଜଣା ମୋବାଇଲ୍ ନମ୍ବରରୁ କଲ୍ ଆସିଥିଲା। ପୁଅର ନିଟ୍ ପରୀକ୍ଷାରେ ଅଧିକ ନମ୍ବର କରାଇଦେବା ପାଇଁ ୩ ଲକ୍ଷ ୮୦ ହଜାର ଟଙ୍କା ଡିପୋଜିଟ କରିବାକୁ ଆକାଉଣ୍ଟ ନମ୍ବର ଦିଆଯାଇଥିଲା। ଏଥିରେ ପ୍ରଲୋଭିତ ହୋଇ ସନାତନ ଉକ୍ତ ଟଙ୍କା ଆକାଉଣ୍ଟରେ ଡିପୋଜିଟ କରିଥିଲେ। ମାତ୍ର କୌଣସି ସୁଫଳ ମିଳିନଥିଲା। ପୁନଶ୍ଚ ଚଳିତବର୍ଷ ନିଟ୍ ପରୀକ୍ଷା ପରେ ସେହିପରି ଏକ ଫୋନ୍ କଲ ଆସିଥିଲା ଓ ୩ ଲକ୍ଷ ଟଙ୍କା ମାଗିଥିଲେ ଦୁର୍ବୃତ୍ତ। ସନାତନ ତାଙ୍କୁ ଘରପାଖକୁ ଆସିବା ପାଇଁ କହି ବଡ଼ସାହି ଥାନାକୁ ଖବର ଦେଇଥିଲେ। ଥାନା ଅଧିକାରୀ ଗୋପାଳ ଚନ୍ଦ୍ର କର୍ଣ୍ଣ ସଦଳବଳ ପହଞ୍ଚି ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ କାର୍ ଜବତ କରିଛନ୍ତି। ଆଜି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଦୁଇ ଠକ ହେଲେ ଭୁବନେଶ୍ବରର ସାରଥୀ ସାମନ୍ତରାୟଙ୍କ ପୁଅ ଶୁଭେନ୍ଦୁ ଓ ଶକ୍ତିପଦ ଶତପଥୀଙ୍କ ପୁଅ ନିରଞ୍ଜନ।
The post ନିଟ୍ ପରୀକ୍ଷା ନାଁରେ ଠକେଇ: ୨ ଠକ ଗିରଫ, କାର୍ ଜବତ first appeared on Sambad.from ଜିଲ୍ଲା | Sambad https://ift.tt/3kWwTOL
0 Comments