
କୋରାପୁଟ: କୃଷକ କ୍ରେଡିଟ କାର୍ଡ଼ରୁ ଚାଷୀଙ୍କ ବ୍ୟାଙ୍କ ଖାତାରୁ ହୋଇଛି ଟଙ୍କା ବାଟମାରଣା। ଏନେଇ ଚାଷୀ କୋରାପୁଟ ଟାଉନ ଥାନାରେ ଦେଇଛନ୍ତି ଏତଲା। ଏତଲାକୁ ଭିତିକରି ପୁଲିସର ଏକ ଟିମ ସଂପୃକ୍ତ ବ୍ୟାଙ୍କକୁ ଯାଇ ଆରମ୍ଭ କରିଛନ୍ତି ତଦନ୍ତ। କିପରି ଚାଷୀଙ୍କ ଆକାଉଣ୍ଟରୁ ଅର୍ଥକୁ କିଏ ନେଲା ଏବଂ କିପରି ଭାବେ ଉଠାଗଲା ଏହାକୁ ଭିତିକରି ତଦନ୍ତ ଆରମ୍ଭ ହୋଇଥିବା ଟାଉନ ଥାନା ଅଧିକାରୀ ଧିରେନ ପଟ୍ଟନାୟକ କହିଛନ୍ତି।
ଅନ୍ୟ ପଟେ ବ୍ୟାଙ୍କ ମ୍ୟାନେଜର କର୍ମଚାରୀଙ୍କ ଉପରେ ଅଖଣ୍ଡ ବିଶ୍ୱାସ ଥିବା ଏବଂ ତଦନ୍ତକୁ ସ୍ୱୀକାର କରିଥିବା କଥା କହିଛନ୍ତି। କୋରାପୁଟ ବ୍ଲକର ମହାଦେଇପୁଟ, ଏକଟାଗୁଡା, ଟାଉପଦର, ଗାଁରେ ଚାଷବାସ କରୁଥିବା ଚାଷୀ ମାନେ କିଶାନ କ୍ରେଡିଟ କାର୍ଡ ମାଧ୍ୟମରେ ନିଜ ନାମ ପଞ୍ଜିକରଣ କରିଥିଲେ।
ସରକାରଙ୍କ ପକ୍ଷରୁ ମଧ୍ୟ କୋରାପୁଟ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ଖାତା ଖୋଲାଯାଇଥିଲା। ଏହାପରେ ସେମାନଙ୍କୁ ସରକାର ୩୦ ହଜାରରୁ ଆରମ୍ଭ କରି ୬୦ ହଜାର ଯାଏ ଟଙ୍କା ଋଣ ଆକାରରେ ଦେଇଥିଲେ। କିନ୍ତୁ ଏହାକୁ ଉଠାଇବାକୁ ଯିବାବେଳେ ଏହା ଉଠାଯାଇଥିବା ଜଣାପଡିବାପରେ ଥାନାରେ ଅଭିଯୋଗ ହୋଇଛି। ତେବେ ଏହି ଚାଷୀମାନେ କାଳିଆ ଟଙ୍କା ଆସିଥିବା ନେଇ ବ୍ୟାଙ୍କ ପାସବୁକ୍ ଯାଞ୍ଚ କରିଥିବାବେଳେ ଏହା ଜାଣିବାକୁ ପାଇଥିଲେ। ପୁଲିସ ତଦନ୍ତ ଭିତରେ ବ୍ୟାଙ୍କର ୩କର୍ମଚାରୀ ଅଟକ ଥିବା ଜଣାପଡିଛି।
The post କୃଷକ କ୍ରେଡିଟ କାର୍ଡ଼ ଦୁର୍ନୀତି: ବ୍ୟାଙ୍କକୁ ଯାଇ ପୁଲିସର ତନାଘନା, ୩ ଅଟକ first appeared on Sambad.from ଜିଲ୍ଲା | Sambad https://ift.tt/2Y07YAW
0 Comments