ବାରିପଦା: ମୟୂରଭଂଜ ଜିଲ୍ଲା ମହୁଲଡିହା ଥାନା ଅଞ୍ଚଳରେ ୨୨ ଜାନୁଆରି, ୨୦୧୭ରେ ଘଟିଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ପୋକ୍‌ସୋ କୋର୍ଟର ସ୍ବତନ୍ତ୍ର ବିଚାରପତି ମହେନ୍ଦ୍ର କୁମାର ସୂତ୍ରଧର ଆସାମୀକୁ ପାଞ୍ଚ ବର୍ଷ ଜେଲ୍‌ ଦଣ୍ଡ ରାୟ ଶୁଣାଇଛନ୍ତି। ମହୁଲିଡିହା ଥାନା ଅଞ୍ଚଳର ଅଭିଯୁକ୍ତ ବୃଦ୍ଧ ଆଦିକନ୍ଦ ବିଶ୍ବାଳ(୫୯) ଜନୈକା ୧୪ ବର୍ଷୀୟା ନାବାଳିକାଙ୍କୁ ବଳପୂର୍ବକ ମୁହଁରେ ଗାମୁଛା ଦେଇ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଥିଲା।

ପୀଡ଼ିତା ଜଣଙ୍କ ବଗିଚା ଜଗି ଘରକୁ ଫେରୁଥିବାବେଳେ ଦୁଷ୍କର୍ମର ଶିକାର ହୋଇଥିଲେ। ୨୨ ତାରିଖ ଅପରାହ୍ନ ପ୍ରାୟ ୪ଟାରେ ଘଟିଥିବା ଏହି ଘଟଣା ସମ୍ପର୍କରେ ୨୩ ତାରିଖରେ ଥାନାରେ ଅଭିଯୋଗ ହୋଇଥିଲା। ୧୨ ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟାନ ପ୍ରମାଣକୁ ଆଧାର କରି ଆସାମୀ ବୃଦ୍ଧ ଆଦିକନ୍ଦକୁ ୮ ପୋକ୍‌ସୋ ଆକ୍ଟରେ ଚାରିବର୍ଷ କାରାଦଣ୍ଡ ସହିତ ୫ହଜାର ଜରିମାନା ଏବଂ ଧାରା ୩୫୪ରେ ଏକ ବର୍ଷ ଓ ୧ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଜରିମାନା ଅନାଦେୟ ଅଧିକ ୩ ମାସ ଜେଲଦଣ୍ଡ ଆଦେଶ ଦେଇଛନ୍ତି କୋର୍ଟ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସରକାରୀ ଓକିଲ ଅଭିନ୍ନ କୁମାର ପଟ୍ଟନାୟକ ଏହି ମାମଲାକୁ ପରିଚାଳନା କରୁଥିଲେ।

The post ନାବାଳିକା ଦୁଷ୍କର୍ମକାରୀ ବୃଦ୍ଧଙ୍କୁ ୫ ବର୍ଷ ଜେଲ୍‌ଦଣ୍ଡ first appeared on Sambad.

from ଜିଲ୍ଲା | Sambad https://ift.tt/3jTXZpd