
ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥ ଜଗମୋହନପୁର ନିକଟ ପଟାଟାଙ୍ଗର ଛକ ଠାରେ ସୋମବାର ଅପରାହ୍ଣ ସାଢେ଼ ୪ଟା ବେଳେ ଏକ ସ୍କର୍ପିଓ ଆଗରେ ଯାଉଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ସ୍କର୍ପିଓରେ ଯାଉଥିବା ଏକ ପରିବାରର ୪ ଜଣଙ୍କ ମଧ୍ୟରୁ ୩ ଜଣ ଆହତ ହୋଇଛନ୍ତି। ସ୍କର୍ପିଓରେ ସମ୍ମୁଖ ଭାଗ ଚୁରମାର ହୋଇଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ ସ୍କର୍ପିଓ(ଓଡି ୩୩ ଏସି ୯୨୭୦) ଗାଡ଼ିରେ ହିମାଂଶୁ କୁମାର ସେଠୀ(୩୨), ପ୍ରିୟଦର୍ଶିନୀ ସେଠୀ( ୩୧), ପ୍ରିୟାଂଶୁ ସେଠୀ(୧୨) ଓ ଆଦ୍ୟାଶା ସେଠୀ( ୮) କେନ୍ଦୁଝରରୁ ତାଳଚେର ଯାଉଥିଲେ। ଚାଳକଙ୍କ ଆଖି ଲାଗିଯିବାରୁ ସ୍କର୍ପିଓଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରିୟଦର୍ଶିନୀ, ପ୍ରିୟାଂଶୁ ଓ ହିମାଂଶୁ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକମାନେ ସେମାନଙ୍କୁ ପ୍ରଥମେ ଜଗମୋହନପୁର ଡାକ୍ତରଖାନା ଓ ପରେ ତେଲକୋଇ ଡାକ୍ତରଖାନାକୁ ପଠାଇଥିଲେ।ସେଠାରୁ କେନ୍ଦୁଝର ଡାକ୍ତରଖାନାକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ତେଲକୋଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।
The post ଟ୍ରକ ପଛରେ ପିଟିଲା ସ୍କର୍ପିଓ, ୩ ଆହତ first appeared on Sambad.from ଜିଲ୍ଲା | Sambad https://ift.tt/3AtpuvR
0 Comments