ତରଭା : ତରଭା ବ୍ଲକ୍‌ ବନ୍ଧକେଡ଼ ଛକ ନିକଟରେ ଗଂଜେଇ ଚୋରାଚାଲାଣ କରୁଥିବା ଜଣେ ବ୍ୟକ୍ତିକୁ ତରଭା ପୁଲିସ ଗିରଫ କରିବା ସହ ଗଂଜେଇ ଜବତ କରିଛି। ଗିରଫ ବ୍ୟକ୍ତି ଜଣକ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ମାସିନାଗୋରା ଗ୍ରାମର ସୁନାସିର ମୁନା ବୋଲି ଜଣାପଡ଼ିଛି। ସୁନାସିର ପାଖରୁ ୪ କେଜି ୫୧୦ ଗ୍ରାମର ଗଂଜେଇ ପୁଲିସ ଜବତ କରିଥିଲା। ଏ ନେଇ ତରଭା ଥାନାରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ଆରତୀ କହଁର ପ୍ରକାଶ କରିଛନ୍ତି। ଏହି ଚଢ଼ଉରେ ଏଏସ୍‌ଆଇ ଯଯାତି କେଶରୀ ସାହୁ, ଏଏସ୍‌ଆଇ ଅରକ୍ଷିତ ମାଝୀ, ନାରାୟଣ ରଣବେଡ଼ା, ନାରାୟଣ ଭୋଇ ପ୍ରମୁଖ ସାମିଲ ହୋଇଥିଲେ।

The post ଗଂଜେଇ ସହ ଜଣେ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3lFagh7