ସମ୍ବଲପୁର : ଜଣଙ୍କ ଘରେ ପଶି ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଘଟଣାକୁ ନେଇ ସମ୍ବଲପୁରରେ ଚାଞ୍ଚଲ୍ୟ ଖେଳିଯାଇଛି। କିଛି ଦିନ ତଳେ ଅଇଁଠାପାଲି ଥାନା ଅଧୀନ ଅଞ୍ଚଳର ସିଂହପାଲି ଅଞ୍ଚଳର ରାଜେନ୍ଦ୍ର ଓରାମ ଜଣଙ୍କ ଘରେ କେହି ନଥିବା ବେଳେ ପ୍ରବେଶ କରିବା ସହ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ପରିବାର ଲୋକେ ଏହା ଜାଣିବା ପରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରିବା ସହ ପୋକ୍‌ସୋ ଆକ୍ଟ ଲଗାଇଥିଲା। ଦୁଷ୍କର୍ମ କରିଥିବା ରାଜେନ୍ଦ୍ରକୁ ଗିରଫ କରି ପୁଲିସ କୋର୍ଟ ଚାଲାଣ ମଧ୍ୟ କରିଛି। ଜାମିନ ନ ପାଇ ରାଜେନ୍ଦ୍ର ଜେଲ୍‌ ଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଶନିବାର ସନ୍ଧ୍ୟାରେ ନାବାଳିକା ଜଣକ ଘରେ ଏକା ଥିବା ଦେଖି ରାଜେନ୍ଦ୍ର ତାଙ୍କ ଘର ଭିତରକୁ ପଶିଯାଇଥିଲ। ନାବାଳିକାଙ୍କୁ ଜବରଦସ୍ତି ଦୁଷ୍କର୍ମ କରିଥିଲେ। ଏକାଧିକ ଥର ଦୁଷ୍କର୍ମ କରିବା ପରେ ସେଠାରୁ ଫେରାର ହୋଇଯାଇଥିଲେ। ପରିବାର ଲୋକେ ନାବାଳିକାଙ୍କୁ ପଚରା ଉଚରା କରିବା ପରେ ସେ ସବୁ କଥା କହିଥିଲେ। ତାପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତତ୍ପରତା ପ୍ରକାଶ କରିବା ସହ ରାଜେନ୍ଦ୍ରକୁ ଗିରଫ କରିଥିଲା।

The post ସମ୍ବଲପୁରରେ ପୁଣି ଚାଞ୍ଚଲ୍ୟ: ନାବାଳିକାଙ୍କୁ ଘରେ ପଶି ଦୁଷ୍କର୍ମ, ଜଣେ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/2XMveC8