
ବାରିପଦା : ତିନି ଦିନ ହେବ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ଝୁଲି ରହିଛି ଷ୍ଟ୍ରିଟ୍ ଲାଇଟ୍ ଖୁଣ୍ଟ । ପାଲବଣି ଛକ ବାଇପାସ୍ ଗୋଲେଇ ନିକଟରେ ଏକ ଟ୍ରକ୍ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ଏହି ଖୁଣ୍ଟିଟି ଅଧା ଢ଼ଳିକି ରହିଛି। କେତେବେଳେ ମଧ୍ୟ କାହା ଉପରେ ପଡ଼ି କିଛି ବି ହୋଇପାରେ। ଏନେଇ ସ୍ଥାନୀୟ ଲୋକେ ବିଦ୍ୟୁତ ବିଭାଗକୁ ଏନେଇ ସୂଚନା ଦେଇଥିଲେ। ମାତ୍ର ଏହା ବାରିପଦା ପୌରପାଳିକାର କାମ କହି ଦାୟିତ୍ବରୁ ଏଡ଼ାଇ ଯାଇଛି ବିଭାଗ। ସେହିପରି ପୌରପାଳିକା ଅଧିକାରୀଙ୍କୁ କୁହାଯାଇଥିଲେ ମଧ୍ୟ ଏଯାବତ ଏହାକୁ ଠିକ୍ କରାଯାଇନାହିଁ। ଯାହାକି ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ମୁଖ୍ୟ ରାସ୍ତା ଉପରେ ଏହି ଖୁଣ୍ଟି ରହିଥିଲେ ମଧ୍ୟ କାହାର କିପରି ନଜର ପଡ଼ୁନାହିଁ ସେନେଇ ପ୍ରଶ୍ନ ଉଠିଛି। ହଜାର ହଜାର ଲୋକ ଏହି ରାସ୍ତାରେ ଦୈନିକ ଯିବା ଆସିବା କରନ୍ତି। ତେଣୁ ଏହାକୁ ତୁରନ୍ତ ସଜଡ଼ାଯାଉ ବୋଲି ଦାବି ହୋଇଛି।
The post ବିପଦସଙ୍କୁଳ ଅବସ୍ଥାରେ ଝୁଲି ରହିଛି ଷ୍ଟ୍ରିଟ୍ ଲାଇଟ୍ ଖୁଣ୍ଟି; ତିନି ଦିନ ବିତିଲାଣି, ତଥାପି ପୌରପାଳିକାର ନଜର ନାହିଁ first appeared on Sambad.
from ଜିଲ୍ଲା | Sambad https://ift.tt/3EL4raC
0 Comments