
ହାଟଡିହି : ହାଟଡିହି ବ୍ଲକ୍ ହଦଗଡ଼ ଡାକ୍ତରଖାନା ପାଚେରି ଭୁଶୁଡ଼ି ପଡ଼ିଛି। ଡିଏମ୍ଏଫ୍ରୁ ୩୬ଲକ୍ଷ ଟଙ୍କା ବ୍ୟୟରେ ହଦଗଡ଼ ଡାକ୍ତରଖାନାରେ ପ୍ରସବ କୋଠରି, ପାଚେରି ଓ ଡାକ୍ତରଖାନା ସମ୍ମୁଖ ଭାଗ କଂକ୍ରିଟ କରାଯାଇଥିଲା। ଡାକ୍ତରଖାନା ପଛପଟେ ନୂତନ ପାଚେରି ନିର୍ମାଣ ନକରି ପୁରୁଣା ପାଚେରି ଉପରେ ଦୁଇଫୁଟ ଇଟା ଯୋଡ଼ାଯାଇ ତାହାକୁ ପ୍ଲାଷ୍ଟର କରି ରଙ୍ଗ ମରାଯାଇଥିଲା। ଏସବୁ କାମ ଏନ୍ଆର୍ଏଚ୍ଏମ୍ ପକ୍ଷରୁ କରାଯାଇଥିଲା। କିନ୍ତୁ ୬ମାସ ଗଲାନି ପାଚେରିଟି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି।
୧୫ବର୍ଷ ତଳର ପୁରୁଣା ପାଚେରିର ମୂଳ ଠିକ୍ ନଥିବାବେଳେ କିଭଳି ତାହା ଉପରେ ୨/୩ଫୁଟ ଇଟା ଯୋଡ଼ାଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଏନ୍ଆର୍ଏଚ୍ଏମ୍ ଯନ୍ତ୍ରୀଙ୍କୁ ପଚାରିବାରୁ, ମାଟି ପକାଯିବା ପରେ ଡାକ୍ତରଖାନା ପରିସର ଉଚ୍ଚା ହୋଇଯିବାରୁ ପାଚେରି ଉଚ୍ଚତା ବଢ଼ାଇବା ପାଇ ଉପରେ ଇଟା ଯୋଡ଼େଇ କରାଯାଇଥିଲା ବୋଲି କହିଛନ୍ତି।
The post ଭୁଶୁଡ଼ିଲା ନୂଆ ରଙ୍ଗମରା ପୁରୁଣା ପାଚେରି first appeared on Sambad.from ଜିଲ୍ଲା | Sambad https://ift.tt/2XKBY4a
0 Comments