ହରିଚନ୍ଦନପୁର : ହରିଚନ୍ଦନପୁର ବ୍ଲକ୍‌ ସୁନାପେଣ୍ଠ ପାଞ୍ଚାୟତ ନିପାଣିଆ ଗ୍ରାମର ମହିଳାମାନେ ବୁନ୍ଦା ଜଳସେଚନ ମାଧ୍ୟମରେ ପରିବା ଚାଷ ସମେତ ଛେଳି ଓ କୁକୁଡ଼ା ପାଳନ କରି ଆତ୍ମନିର୍ଭରଶୀଳ ହୋଇଛନ୍ତି। ଆଜି ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ପ୍ରମୋଦ କୁମାର ମେର୍‌କ‌ାପ ଏହି ଗାଁକୁ ଯାଇ କୃଷିକ୍ଷେତ୍ର ପରିଦର୍ଶନ କରିଛନ୍ତି।

ସୂଚନାଯୋଗ୍ୟ, ସ୍ବେଚ୍ଛାସେବୀ ଅନୁଷ୍ଠାନ ”ସୃଷ୍ଟି” ଦ୍ୱାରା ପରିଚାଳିତ କୃଷି ଉତ୍ପାଦନ ପରିଯୋଜନା ମାଧ୍ୟମରେ ମହିଳାମାନେ ବୁନ୍ଦା ଜଳସେଚନ ସାହାଯ୍ୟରେ ଫୁଲକୋବି, କଲରା, ବାଇଗଣ, ଝୁଡ଼ଙ୍ଗ ଆଦି ପରିବା ଚାଷ କରୁଛନ୍ତି। ଶ୍ରୀ ମେର୍‌କାପ ଉତ୍ପାଦକ ଗୋଷ୍ଠୀର ମହିଳାଙ୍କ ସହ ଚାଷ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହ ବିନା ମାଟିରେ ଗ୍ରାମର ରାମ ମୁଣ୍ଡାଙ୍କ ନର୍ସରି ମଧ୍ୟ ସେ ବୁଲି ଦେଖିଥିଲେ। କ୍ଷେତ୍ର ପରିଦର୍ଶନବେଳେ ପିଡି ଡିଆର୍‌ଡିଏ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ଡିଡିଏଚ୍‌ ଜୟନ୍ତ କୁମାର ନାୟକ, ଡିପିଏମ୍‌ ସପନ ଗୌସ୍ୱାମୀ, ମିସନ ଶକ୍ତିର ଡିପିସି ଶିଶିର କୁମାର ଷଡ଼ଙ୍ଗୀ, ବିଡିଓ ପ୍ରଭୁକଲ୍ୟାଣ ଦାସ, ସିଡିପିଓ ପ୍ରବୀଣା ନାଏକ, ସହକାରୀ ଉଦ୍ୟାନ ଅଧିକାରୀ ମୋନିକା ନାୟକ, ବିପିଏମ ସୁଶାନ୍ତ କୁମାର ବେହେରା ଓ ସୃଷ୍ଟିର ସଂଯୋଜକ ଦେବୀପ୍ରସାଦ କର ପ୍ରମୁଖ ଉପସ୍ଥିତ ଥିଲେ।

The post ନିପାଣିଆରେ କୃଷିକ୍ଷେତ୍ର ପରିଦର୍ଶନ କଲେ ଖାଦ୍ୟ ଆୟୋଗ ଅଧ୍ୟକ୍ଷ first appeared on Sambad.

from ଜିଲ୍ଲା | Sambad https://ift.tt/3hVO0hG