
ବାଲିଅନ୍ତା:ବହୁ ପ୍ରତୀକ୍ଷିତ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କେନ୍ଦୁବିଲ୍ବ ସ୍ଥିତ ବିଶ୍ବକବି ଜୟଦେବଙ୍କ ପୀଠକୁ ଆଜିଠାରୁ ମୋ ବସ ସେବା ଆରମ୍ଭ ହୋଇଛି। ରାଜଧାନୀ ଠାରୁ ୩୦ କିମି ଦୂର ଯାତାୟାତଜନିତ ସମସ୍ୟା ଥିବା ଜୟଦେବ ପୀଠକୁ ମୋ ବସ ସେବା ଯୋଗାଇ ଦେବାକୁ ଦୀର୍ଘବର୍ଷ ଧରି ସ୍ଥାନୀୟ ଲୋକ ଦାବି କରି ଆସୁଥିଲେ। ବିଳମ୍ବରେ ହେଲେ ମଧ୍ୟ କର୍ତୃପକ୍ଷ ମୋ ବସ ସେବା ଯୋଗାଇ ଦେଇଥିବାରୁ ସ୍ଥାନୀୟ ଲୋକ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଆଜି ମାଷ୍ଟରକ୍ୟାଣ୍ଟିନ ଛକରୁ ଜୟଦେବ ପୀଠ ରୁଟରେ ମୋଟ ୩ଟି ମୋ ବସ ଚଳାଚଳ କରିଛି। ଜୟଦେବ ପୀଠ ପାର୍କିଂ ସ୍ଥଳରେ ଆଜି ସକାଳେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ପ୍ରଜ୍ଞା ପରମିତା ଜେନାମଣୀ ଏହାର ଶୁଭାରମ୍ଭ କରିଥିଲେ। ସକାଳ ସାଢ଼େ ୭ଟାରୁ ମାଷ୍ଟରକ୍ୟାଣ୍ଟିନ ଛକରୁ ବସ ବାହାରି ବାଣୀବିହାର , ରସୁଲଗଡ଼, ପଳାସୁଣୀ, ହଂସପାଳ, ବାଲିଅନ୍ତା ବଜାର, ବେଣୁପୁର, ରାମଚନ୍ଦ୍ରପୁର, ପ୍ରତାପରୁଦ୍ରପୁର ପତୁରିଆ ଛକ ଦେଇ ଜୟଦେବ ପୀଠକୁ ଯା’ଆସ କରିବ ।
ସଂଧ୍ୟା ୫ଟା ପର୍ଯ୍ୟନ୍ତ ଏହି ରୁଟରେ ୩ଟି ମୋ ବସ ୩ ଥର ଲେଖାଏଁ ଯାତ୍ରୀଙ୍କୁ ନେଇ ଯିବା ଆସିବା କରିବ। ତେଣୁ ଏହି ରୁଟ ଅଞ୍ଚଳର ଜନ ସାଧାରଣଙ୍କୁ ସରକାରଙ୍କ ମୋ ବସ ସେବା ମିଳିପାରିବ ବୋଲି କୁହାଯାଇଛି।
The post ଜୟଦେବ ପୀଠକୁ ଗଡ଼ିଲା ମୋ ବସ first appeared on Sambad.from ଜିଲ୍ଲା | Sambad https://ift.tt/3kMnurH
0 Comments