ଜୟପୁର: ରାଜ୍ୟ ଗୃହ ବିଭାଗ ପକ୍ଷରୁ ୫ଟି ଅଧିନରେ ପୁଲିସ ଅଧିକାରୀ ମାନଙ୍କୁ ତଦନ୍ତ କ୍ଷେତ୍ରରେ ଉତ୍କର୍ଷ ପାଇଁ ‘ମୁଖ୍ୟମନ୍ତ୍ରୀ ପଦକ’ଦେବାକୁ ଘୋଷଣା କରିଛନ୍ତି। ଏଥିରେ ଜୟପୁର ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର ପାଇବାକୁ ଚୟନ ହୋଇଛନ୍ତି। ରାଜ୍ୟସ୍ତରରେ କ୍ରାଇମ୍ ବ୍ରାଂଚ, ଏସଟିଏଫ୍, ଇଓଡବ୍ଲୁ, ଭିଜିଲାନସ୍ ଓ ଜିଲ୍ଲା ପୁଲିସ ପକ୍ଷରୁ ୬୪ଜଣ ପୁଲିସ ଅଧିକାରୀଙ୍କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି।

ଜୟପୁର ସଦର ଥାନା ଅଧିକାରୀ ନୂଆପଡ଼ା ଜିଲ୍ଲାରେ କାର୍ଯ୍ୟ କରୁଥିବା ସମୟର କାର୍ଯ୍ୟାବଳୀକୁ ନେଇ ତାଙ୍କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି। ସେଭଳି କୋରାପୁଟଜିଲ୍ଲାରେ କାର୍ଯ୍ୟ କରିଥିବା ତତ୍କାଳୀନ ଇନିସପେକ୍ଟର ପୁଷ୍ପାଂଜଳୀ ନିଙ୍ଗୀ ଓ କ୍ଷୀରେଶ୍ବର ସାହୁ ଏହି ପୁରସ୍କାର ପାଇବାକୁ ଚୟନ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଜୟପୁର ସଦରଥାନା ଅଧିକାରୀ ଭାବେ ଶ୍ରୀ ମହାକୁର ଯୋଗ ଦେବା ପର ଠାରୁ ଗଂଜେଇ ଚୋରା ଚାଲାଣକାରୀ, ମାଫିଆ ମାନଙ୍କର ରାତିର ନିଦ୍ ହଜେଇ ଦେଇଛନ୍ତି। ତାଙ୍କୁ ଏହି ପୁରସ୍କାର ମିଳୁଥିବା ଘୋଷଣା ହେବା ପରେ ବିଭିନ୍ନ ମହଲରେ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

The post ତଦନ୍ତ କ୍ଷେତ୍ରରେ ଉତ୍କର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦକ ପାଇବେ ଆଦିତ୍ୟ ମହାକୁର first appeared on Sambad.

from ଜିଲ୍ଲା | Sambad https://ift.tt/3t51iwX