
କିଶନନଗର : ମହାନଦୀର ଯୋବ୍ରା ବ୍ୟାରେଜ ଉପରୁ ପାଣିକୁ ଡେଇଁ ଗତକାଲି ନିଖୋଜ ହୋଇଯାଇଥିବା ଭୁବନେଶ୍ୱର ବିଜେବି କଲେଜର ଲାବୋରେଟୋରି ଟେକ୍ନିସିଆନ୍ ଦେବାଶିଷ ଦାସଙ୍କ ମୃତଦେହ ସୋମବାର କିଶନନଗର ଥାନା ଅଧୀନ ଶିର୍ଲୋ ବ୍ରାହ୍ମଣଖଣ୍ଡ ଗ୍ରାମ ନିକଟରୁ ଉଦ୍ଧାର କରାଯାଇଛି। ସକାଳ ପ୍ରାୟ ୮ଟାରେ ମହାନଦୀ ପାଣିରେ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ପୁଲିସ୍କୁ ଖବର ଦେଇଥିଲେ। ଅପରାହ୍ନ ସାଢ଼େ ୨ଟାରେ କିଶନନଗର ପୁଲିସ ଓ ରଘୁନାଥପୁର ଦମକଳ କେନ୍ଦ୍ର କର୍ମଚାରୀଙ୍କ ସହାୟତାରେ ଶବ ଉଦ୍ଧାର କରାଯାଇଥିଲା। ଖବର ପାଇ ମୃତ ଦେବାଶିଷଙ୍କ ଭାଇ ପହଞ୍ଚି ଶବ ଚିହ୍ନଟ କରିଥିଲେ। କିଶନନଗର ପଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇଛି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।
The post ନିଖୋଜ ଲାବୋରେଟୋରି ଟେକ୍ନିସିଆନ୍ଙ୍କ ମୃତଦେହ ଉଦ୍ଧାର first appeared on Sambad.from ଜିଲ୍ଲା | Sambad https://ift.tt/2Y4Rjwu
0 Comments