କଟକ : ବରିଷ୍ଠ ଆଇପିଏସ୍ ଅଧିକାରୀ ବିନା ଅନୁମତିରେ ଏଲ୍‌ଏଲ୍‌ବି ପଢ଼ିବା ଅଭିଯୋଗ ପ୍ରସଙ୍ଗ ନେଇ ଦାୟର ମାମଲାକୁ ହାଇକୋ‌ର୍ଟ ଖାରଜ କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ପ୍ରଥମେ ଲୋକାୟୁକ୍ତଙ୍କ ନିକଟରେ ଜୟନ୍ତ କୁମାର ଦାସ ମାମଲା ଦାୟର କରିଥିଲେ। ଆବେଦନକାରୀ ଦର୍ଶାଇଥିଲେ ଯେ ବରିଷ୍ଠ ଆଇପିଏସ୍ ଅଧିକାରୀ ବିକେ ଶର୍ମା ନିଜ ଡ୍ୟୁଟି ବେଳେ ବିଶ୍ବବିଦ୍ୟାଳୟ ଲ କଲେଜରେ କ୍ଲାସ କରୁଥିଲେ। ଏଥି ପାଇଁ ସେ ସରକାରଙ୍କ ନିକଟରୁ ଉପଯୁକ୍ତ ଅନୁମତି ନେଇ ନଥିଲେ। ଶ୍ରୀ ଶର୍ମାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିର୍ଦ୍ଦେଶ ପ୍ରାର୍ଥନା କରି ଶ୍ରୀ ଦାସ ଆବେଦନ ଦାୟର କରିଥିଲେ। ଏଭଳି ଅଭିଯୋଗକୁ ଲୋକାୟୁକ୍ତ ଗ୍ରହଣ କରି ନଥିଲେ ଓ ମାମଲା ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ଲୋକାୟୁକ୍ତଙ୍କ ଏହି ନିର୍ଦ୍ଦେଶ ବିରୋଧରେ ଆବେଦନକାରୀ ହାଇକୋର୍ଟରେ ମାମଲା ଦାୟର କରିଥିଲେ ଓ ଜଣିକିଆ ବିଚାରପତିଙ୍କ ରାୟକୁ ଚାଲେଞ୍ଜ କରି ଦୁଇ ଜଣିଆ ଖଣ୍ଡପୀଠରେ ରିଟ୍ ଅପିଲ ଦାୟର କରିଥିଲେ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌. ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଣିକିଆ ବିଚାରପତିଙ୍କ ରାୟକୁ କାଏମ ରଖିବା ସହିତ ଏ ସଂପର୍କିତ ରିଟ୍ ଅପିଲକୁ ଖାରଜ କରିଛନ୍ତି।

The post ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ଏଲ୍‌ଏଲ୍‌ବି କ୍ଲାସ୍ ପ୍ରସଂଗ: ହାଇକୋର୍ଟରେ ମାମଲା ଖାରଜ first appeared on Sambad.

from ଜିଲ୍ଲା | Sambad https://ift.tt/2ZwyHFT