ଆନନ୍ଦପୁର : କୋଭିଡ ନିୟମ ଉଲ୍ଲଘଂନ କରି ଘସିପୁରା ଝାଡ଼େଶ୍ବର କଲ୍ୟାଣମଣ୍ଡପରେ ଟାଟା ପାୱାର ପକ୍ଷରୁ ନୂତନଭାବେ ଠିକା ନିଯୁକ୍ତି ପାଇଥିବା ବିଦ୍ୟୁତ୍ କର୍ମଚାରୀଙ୍କୁ ତାଲିମ ପ୍ରଦାନ ପାଇଁ ବିରାଟ ଆୟୋଜନ କରାଯାଇଥିଲା। ଗୋଟିଏ ସ୍ଥାନରେ ୫ଶହରୁ ଊର୍ଦ୍ଧ୍ବ ଯୁବକ ଏକାଠି ହୋଇ ତାଲିମ ନେଉଥିଲେ। ଏସବୁ ପ୍ରଶାସନର ବିନା ଅନୁମତିରେ ଚାଲିଥିଲା। ଅଧିକାଂଶ ଯୁବକଙ୍କ ମୁହଁରେ ମାସ୍କ ନଥିଲା। ସାମାଜିକ ଦୂରତା ମଧ୍ୟ ମାନି ନଥିଲେ। ଖବର ପାଇ ଘସିପୁରା ପୁଲିସ ଚଢ଼ଉ କାର୍ଯ୍ୟକ୍ରମ ବନ୍ଦ କରିଛି। ପୁଲିସକୁ ଦେଖି ତାଲିମ ପାଇଁ ଆସିଥିବା ଯୁବକମାନେ ଛତ୍ରଭଙ୍ଗ ଦେଇଥିଲେ।

The post ତାଲିମ ବେଳେ ପୁଲିସ ଚଢ଼ଉ first appeared on Sambad.

from ଜିଲ୍ଲା | Sambad https://ift.tt/3Cvd72V