
ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ତଣ୍ଡ ବିଟ୍ ଅଧୀନ ରୋହିଣୀଦୁମା ଗ୍ରାମରୁ ଏକ ଚୋରା ଶାଳକାଠ ବୋଝେଇ ପିକ୍ଅପ୍ ଭ୍ୟାନ୍କୁ ବନ ବିଭାଗ ଜବତ କରିଛି। ପିକ୍ଅପ୍ ଭ୍ୟାନ୍ରେ ୩୮ଖଣ୍ତ ଶାଳପଟା ବୋଝେଇ କରାଯାଇଥିଲା। ଯାହାର ବଜାର ମୂଲ୍ୟ ୫୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ, ରୋହିଣୀଦୁମା ଗ୍ରାମରୁ ଶାଳକାଠ ଚୋରା ଚାଲାଣ ହେଉଥିବା ନେଇ ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇଥିଲା। ପାଟଣା ରେଞ୍ଜର ଟିକେଶ୍ୱର ମହାନ୍ତ, ଫରେଷ୍ଟର ସନାତନ ମିଶ୍ର, ଫରେଷ୍ଟ ଗାର୍ଡ ପ୍ରଯୁକ୍ତା ଜେନା ଏବଂ ପାରାଷ୍ଟାଫ୍ ମିଳିତଭାବେ ସେଠାରେ ଚଢ଼ଉ କରିଥିଲେ। ବନ ବିଭାଗ କର୍ମଚାରୀଙ୍କୁ ଦେଖି ପିକ୍ଅପ୍ ଭ୍ୟାନ୍ର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। କାଠ ବୋଝେଇ ଗାଡ଼ିକୁ ଜବତ କରି ବନ ବିଭାଗ କାର୍ଯ୍ୟାଳୟକୁ ଅଣାଯାଇଛି। ଏନେଇ କେସ୍ ନମ୍ବର ୧୭/୨୧ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିବା ରେଞ୍ଜର ଟିକେଶ୍ୱର ମହାନ୍ତ ପ୍ରକାଶ କରିଛନ୍ତି।
The post ଶାଳକାଠ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ first appeared on Sambad.from ଜିଲ୍ଲା | Sambad https://ift.tt/3CtfIKM
0 Comments