
କଣ୍ଟିଗଡ଼ିଆ : ଲଗାଣ ବର୍ଷାରେ ରାସ୍ତା ଭୁଶୁଡ଼ିଲା। ଧର୍ମଶାଳା ବ୍ଲକ କଣ୍ଟିଗଡ଼ିଆଠାରେ ପ୍ରଧାନମନ୍ତ୍ରୀ ଯୋଜନାରେ ନିର୍ମିତ ଏହି ରାସ୍ତାର ଗୋଟିଏ ପାର୍ଶ୍ବ ଭୁଶୁଡ଼ି ପଡ଼ିଛି। ଆଜି ସକାଳୁ ଲଗାଣ ବର୍ଷା ଲାଗି ରହିଥିବା ବେଳେ ୫୩ ନମ୍ବର ଜାତୀୟ ରାଜପଥରୁ କଣ୍ଟିଗଡ଼ିଆ ଗ୍ରାମକୁ ଯାଇଥିବା ରାସ୍ତାର ଗୋଟିଏ ପାର୍ଶ୍ବ ଭୁଶୁଡ଼ି ପଡ଼ିଛି। ଏହି ରାସ୍ତା ଦେଇ ୪ଟି ପଞ୍ଚାୟତ ତଥା କଣ୍ଟିଗଡ଼ିଆ, ପଟୁଣିଆ, ପାଟପୁର, ଅରେଇକଣା ପଞ୍ଚାୟତର ଲୋକେ ଯିବାଆସିବା କରିଥାନ୍ତି। ରାସ୍ତାର ଗୋଟିଏ ପାର୍ଶ୍ବ ଧସିଯିବାରୁ ଗମନାଗମନରେ ସମସ୍ୟା ଦେଖା ଦେଇଛି। କିଛି ମାସ ପୂର୍ବରୁ ରାସ୍ତା ମରାମତି କାମ ହୋଇଥିଲା। ଶୀଘ୍ର ଏହାର ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
The post ପ୍ରଧାନମନ୍ତ୍ରୀ ସଡ଼କ ଭୁଶୁଡ଼ିଲା first appeared on Sambad.from ଜିଲ୍ଲା | Sambad https://ift.tt/2ZdH6hx
0 Comments