କୋରାପୁଟ: ଲୋକଙ୍କ ନିକଟତର ହେବାକୁ ଆଉ ଏକ ଯୋଜନା କରିଛି ଆନ୍ଧ୍ର କୋଟିଆରେ ସ୍ଥାୟୀ ସ୍କୁଲ ନାହିଁ। ଚାଳଛପର ଘରେ ହେଉଛି ଶିକ୍ଷାଦାନ। ଜଣେ ଶିକ୍ଷକଙ୍କୁ ନେଇ ୧ରୁ ୫ ଶ୍ରେଣୀ ଯାଏ ଶିକ୍ଷାଦାନ କରାଯାଉଥିବାବେଳେ ଆଜି ଅବିଭାବକକୁ ନେଇ କମିଟି ଗଢିଛି ଆନ୍ଧ୍ର ଶିକ୍ଷା ବିଭାଗ। ନିଯୁକ୍ତି ଦେଇଥିବା ଶିକ୍ଷକ ଆଜି କୋଟିଆର ଗଞ୍ଜ‌େଇପଦର, ତଳ ଗଞ୍ଜ‌େଇପଦର, ଉପର ସେମ୍ବି, ତଳ ସେମ୍ବି, ଧୂଳିପଦର, ତାଡିବାଲସା, ନେରେଡିଭାଲସା, ଫଗୁଣ ସିନେରୀ, ଫାଟୁ ସିନେରୀ ଆଦି ଗାଁରେ ଅବିଭାବକଙ୍କୁ ନେଇ କମିଟି ଗଠନ କରାଯାଉଛି।

ଏହାସହ ସେମାନଙ୍କ ମଦ୍ୟରେ ନିର୍ବାଚନ କରାଯାଇ ସଭାପତି ଓ ଉପସଭାପତି ଆଦି ଚୟନ କରାଯାଉଥିବା ଜଣାପଡିଛି। ତେବେ କୋନାଦୋରା, ସୁଲପଗୁଡାରେ ଶିକ୍ଷକ ନ ଥିବାରୁ ଏହିଠାରେ ଅଭିଭାବକଙ୍କୁ ନେଇ କମିଟି ଗଠନ କରାଯାଇ ନ ଥିବା ଜଣାପଡିଛି। କୋଟିଆ ଗ୍ରାମପୁଞ୍ଜରେ ଦୁଇଟି କ୍ଲଷ୍ଟରରେ ୨୧ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି।

୨୦୧୮-୧୯ରେ ଅଭିଭାବକକୁ ନେଇ କମିଟି ଘଠନ ହୋଇଥିଲା। ଏହାର କାର୍ଯ୍ୟକାଳ ତିନି ବର୍ଷ ରହିଥିବାବେଳେ କିନ୍ତୁ କ‌ରୋନା ହେତୁ ସ୍କୁଲ ବନ୍ଦ ରହିଥିବାରୁ ଦୁଇବର୍ଷ ହେବ ଏସଏମସି ରହିଛି ହେଲେ କାର୍ଯ୍ୟକ୍ଷମ ହେଉ ନ ଥିବା ଜଣାପଡିଛି। ଶିକ୍ଷକମାନେ ଏହି ଅଞ୍ଚଳରେ ରହୁଥିବା ପ୍ରାଥମିକ ଶ୍ରେଣୀର ପିଲାଙ୍କୁ ଶିକ୍ଷାଦେବାକୁ ଅସମର୍ଥ ରହିଥିବାବେଳେ ଏହାର ସୁଯୋଗ ନେଇ ଲୋକଙ୍କ ନିକଟତର ହେବାକୁ ଲାଗିଛି ଆନ୍ଧ୍ର ପ୍ରଶାସନ। ଆନ୍ଧ୍ର ପକ୍ଷରୁ ସପ୍ତାହକୁ ଶନିବାର ଓ ରବିବାକୁ ଛାଡି ବାକି ସବୁଦିନ ଜଣେ ଶିକ୍ଷକ ତେଲଗୁ ଭାଷାରେ ଶିକ୍ଷାଦାନ କରିବାକୁ ଆସୁଥିବାବେଳେ କୋରାପୁଟ ଜିଲ୍ଳାର ଶିକ୍ଷକ ଯାଉ ନ ଥିବା ଜଣାପଡିଛି।

The post କୋଟିଆରେ ନାହିଁ ସ୍ଥାୟୀ ସ୍କୁଲ, କିନ୍ତୁ ସ୍କୁଲ ପାଇଁ ଅଭିଭାବକ କମିଟି ଗଢିବାରେ ବ୍ୟସ୍ତ ଆନ୍ଧ୍ର  first appeared on Sambad.

from ଜିଲ୍ଲା | Sambad https://ift.tt/3u1V6Gv