ନୂଆପଡ଼ା : ଜିଲ୍ଲା ସଦର ମହକୁମାସ୍ଥିତ ମିନି ଷ୍ଟାଡିୟମ୍‌ରେ ଶନିବାର ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଫିଟ୍‌ ଇଣ୍ଡିଆ ଫ୍ରିଡମ୍‌ ରନ୍‌ କାର୍ଯ୍ୟକ୍ରମ ହୋଇଯାଇଛି। ସ୍ଥାନୀୟ ନେହରୁ ଯୁବକେନ୍ଦ୍ର ନୂଆପଡ଼ା, ଏନ୍‌ଏସ୍ଏସ୍ ଜିଲ୍ଲା ୟୁନିଟ୍, ଜିଲ୍ଲା ପ୍ରଶାସନ ମିଳିତ ଉଦ୍ୟମରେ କାର୍ଯ୍ୟକ୍ରମ ହୋଇଛି। ଜିଲ୍ଲାପାଳ ସ୍ୱଧାଦେବ ସିଂହ ଅଧ୍ୟକ୍ଷ୍ୟତା କରିଥିଲେ। ମୁଖ୍ୟ ଅତିଥି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ସମ୍ମାନିତ ଅତିଥି ନୂଆପଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ ଦିବାକର, ରାଜ୍ୟ କ୍ରିକେଟ୍‌ ଆସୋସିଏସନ୍‌ ଉପସଭାପତି ସରୋଜ ସାହୁ, ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ୍‌ ରାଜେଶ ବତ୍ସ, ଉପଜିଲ୍ଲାପାଳ ତରଣୀସେନ ନାୟକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଅଜୟ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଗଣଦୌଡ଼ର ଆରମ୍ଭ କରିଥିଲେ।

ନେହରୁ ଯୁବ କେନ୍ଦ୍ର ନୂଆପଡ଼ା ଜିଲ୍ଲା ଯୁବ ଅଧିକାରୀ ଆଶିଷ ଠାକୁର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ କହିଥିଲେ। ଏନ୍ଏସ୍ଏସ୍ ଜିଲ୍ଲା ପ୍ରକଳ୍ପ ଅଧିକାରୀ ସନ୍ତୋଷ ମୁଣ୍ଡ ସ୍ୱାଗତ ଭାଷଣ ଦେଇଥିଲେ। ମିନି ଷ୍ଟାଡିୟମରୁ ଆରମ୍ଭ ହୋଇ ଏକତା ଛକ ଦେଇ ରେଳ ଫାଟକ ପର୍ଯ୍ୟନ୍ତ ଯାଇ ପୁଣି ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ଗଣଦୌଡ଼ ହୋଇଥିଲା। ଜଗନ୍ନାଥ ଯୁବ ଅନୁଷ୍ଠାନ, ରୋକାଲର ସ୍ବେଚ୍ଛାସେବୀ ଦେଶାତ୍ମବୋଧକ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିଲେ।

ଏହି ଫ୍ରିଡମ୍‌ ରନ୍‌ରେ ନେହରୁ ଯୁବକେନ୍ଦ୍ର ସହ ଅନୁବନ୍ଧିତ ଯୁବ ଅନୁଷ୍ଠାନ, ନେସନାଲ୍‌ କଲେଜ ନୂଆପଡ଼ା, ସାଇ କଲେଜ କୁରୁମପୁରୀ, ଫୁଟବଲ୍‌ ଆସୋସିଏସନ୍‌, ନୂଆପଡ଼ା, ସରକାରୀ ଆଇଟିଆଇ, ଖରିଆର ରୋଡ୍‌, ଛାତ୍ର ରକ୍ତଦାତା ମହାସଂଘ, ଖରିଆର ରୋଡ୍‌ର ମର୍ଣ୍ଣିଙ୍ଗ୍‌ୱାକ୍‌ ଗ୍ରୁପ, ଯବାନମାନେ ଭାଗ ନେଇଥିଲେ। କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ବିଭୁଦତ୍ତ ମିଶ୍ର, ନେସନାଲ୍‌ କଲେଜ ଖେଳ ଶିକ୍ଷକ ପ୍ରକାଶ ସାହୁ, ନେହରୁ ଯୁବକେନ୍ଦ୍ରର ବିଶ୍ବଜିତ ପାଣିଗ୍ରାହୀ, ମୁକେଶ ପାଣ୍ଡେ, ଟିକେଶ୍ବର ହଂସ, ସାଇରା ଖାନ୍‌, ସଂଗ୍ରାମ କେଶରୀ ସିଂହ, ଟେକରାମ ପାଣ୍ଡେ ସହଯୋଗ କରିଥିଲେ।

The post ନୂଆପଡ଼ାରେ ସୁସ୍ଥ ଭାରତ ସ୍ୱାଧୀନତା ଦୌଡ଼ କାର୍ଯ୍ୟକ୍ରମ first appeared on Sambad.

from ଜିଲ୍ଲା | Sambad https://ift.tt/3EKCijQ