
କୋକସରା/ବେହେରା : କଳାହାଣ୍ଡି ସୀମାରେ ଥିବା ସଂରକ୍ଷିତ ଜଙ୍ଗଲର ଗଛ କାଟିବା ଅଭିଯୋଗରେ ନବରଙ୍ଗପୁର ଜିଲ୍ଲାର ୨୦ ଜଣଙ୍କୁ ଶନିବାର କୋର୍ଟଚାଲାଣ କରାଯାଇଛି। ସେମାନେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଝରିଗାଁ ବ୍ଲକ୍ ଡେଙ୍ଗାଗୁଡ଼ା, ଜୁନାପାଣି, ଜାମପାଣି, ଚିକିଲି କେନ୍ଦୁସାହି ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ବେହେରା ସେକ୍ସନ ଫରେଷ୍ଟର ଫାଲଗୁନୀ ମେହେର ଏନେଇ ସୂଚନା ଦେଇଛନ୍ତି। ଶୁକ୍ରବାର ଜଙ୍ଗଲ କାଟୁଥିବା ଖବର ପାଇ ଧର୍ମଗଡ଼ ବନାଞ୍ଚଳ ରେଞ୍ଜ୍ ଅନ୍ତର୍ଗତ ବେହେରା ସେକ୍ସନ ବନ କର୍ମଚାରୀ ସାହାଜଖୋଲ ସଂରକ୍ଷିତ ଜଙ୍ଗଲର ଘଣ୍ଟିଗୁଡ଼ା ବିଟ୍ କୁମପେନ ଅଞ୍ଚଳରେ ଚଢ଼ଉ କରିଥିଲେ। ୨୦ଜଣ ଅନୁପ୍ରବେଶକାରୀଙ୍କୁ ଜଙ୍ଗଲ କାଟିବା ଅଭିଯୋଗରେ ବେହେରା ରେଞ୍ଜ ଅଫିସରେ ଅଟକ ରଖିଥିଲେ।
The post ସଂରକ୍ଷିତ ଜଙ୍ଗଲ କାଟିବା ଅଭିଯୋଗରେ ୨୦ କୋର୍ଟ ଚାଲାଣ first appeared on Sambad.from ଜିଲ୍ଲା | Sambad https://ift.tt/3EU7227
0 Comments