ସୁନ୍ଦରଗଡ଼: ସରକାରଙ୍କ ନିଧାର୍ଯ୍ୟ ପରିବହନ ଭଡ଼ା ଓ ଖଣିରେ ଫାଷ୍ଟ କମ୍, ଫାଷ୍ଟ ଲୋଡ୍ ନିୟମ କଡ଼ାକଡ଼ି କାର୍ଯ୍ୟକାରୀ କରିବା ଦାବିରେ ଆଜି ସୁନ୍ଦରଗଡ଼ର ଶତାଧୀକ ଟ୍ରକ ମାଲିକ ଜିଲ୍ଲାପାଳଙ୍କୁ ଭେଟିଥିଲେ। ଅନ୍ୟପଟେ ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ ମଧ୍ୟ ଟ୍ରକ ମାଲିକ ମାନଙ୍କ ଦାବି ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ଅନୁରୋଧ କରିଥିଲେ। ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଟ୍ରକ ମାଲିକ ମାନେ ରାଜ୍ୟ ପରିବହନ ମନ୍ତ୍ରୀଙ୍କୁ ଭେଟି ସରକାରୀ ଭଡ଼ା ସ୍ଥିର କରିବା ଓ ଫାଷ୍ଟ କମ୍, ଫାଷ୍ଟ୍ ଲୋଡ୍ ନିୟମରେ କୋଇଲା ଦେବା ସହ କୋଇଲା ବୋଝେଇ ସମୟରେ ପ୍ରତି ଟ୍ରକରୁ ବେଆଇନ ୨୨ ଶହ ଟଙ୍କା କଟାଯାଉଥିବା ଅଭିଯୋଗ କରି ତୁରନ୍ତ ଏହାକୁ ବନ୍ଦ କରିବାକୁ ଦାବି ଜଣାଇଥିଲେ।

ଜିଲ୍ଲାପାଳ ଏ ସମ୍ପର୍କରେ ବିଚାର କରି ସନ୍ଧ୍ୟା ସୁଦ୍ଧା ନିଷ୍ପତ୍ତି ନେବେ ବୋଲି ପ୍ରତିଶୃତି ଦେଇଥିଲେ। କିନ୍ତୁ ସନ୍ଧ୍ୟାରେ ଜିଲ୍ଲାପାଳ କୌଣସି ନିଷ୍ପତ୍ତି ନେଇ ନଥିବାରୁ ଟ୍ରକ ମାଲିକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିପାଇଁ ପୁଣି ରାଜରାସ୍ତାକୁ ଓହ୍ଲାଇ‌ବେ ବୋଲି ସୂଚନା ମିଳିଛି।

The post ଜିଲ୍ଲାପାଳଙ୍କୁ ଭେଟିଲେ ଟ୍ରକ ମାଲିକ, ସରକାରୀ ଦରରେ ପରିବହନ ଭଡ଼ା ଦାବି first appeared on Sambad.

from ଜିଲ୍ଲା | Sambad https://ift.tt/2XsaGi8