ପୁରୀ: ଆଜି ଶ୍ରୀମନ୍ଦିର ଦର୍ଶନକୁ ନେଇ ଆସିବ ନୂଆ ଏସ୍ଓପି  । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଆଜି ସମୀକ୍ଷା ବୈଠକ ବସିବ  । ନୂଆ ନିୟମ ସହ ଦର୍ଶନ ବ୍ୟବସ୍ଥାକୁ ଅଧିକ କୋହଳ କରାଯାଇପାରେ ବୋଲି ଆଶା କରାଯାଉଛି । ସପ୍ତାହାନ୍ତ ସଟଡାଉନ୍ ଯୋଗୁ ଶନିବାର ଓ ରବିବାର ଦର୍ଶନ ବନ୍ଦ ରହୁଥିବା ବେଳେ ରାଜ୍ୟ ସରକାରଙ୍କ ସେପ୍ଟେମ୍ବର ଗାଇଡଲାଇନରେ ସପ୍ତାହାନ୍ତ ସଟଡାଉନକୁ ହଟାଇ ଦିଆଯାଇଛି  ।

ତେଣୁ ଶନିବାର ଓ ରବିବାର ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇପାରେ  । ଦର୍ଶନ ସମୟରେ ମଧ୍ୟ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି  । ସନ୍ଧ୍ୟା ୭ଟା ବଦଳରେ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିପାରେ ବୋଲି ଆଶା କରାଯାଉଛି ।

ବଳବତ୍ତର ଏସ୍‌ଓପି ଅନୁଯାୟୀ, ଭକ୍ତମାନେ ସପ୍ତାହକୁ ୫ ଦିନ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ପାଉଛନ୍ତି। ସଂକ୍ରମଣକୁ ଦୃଷ୍ଟିରେ ରଖି ଶନିବାର ଓ ରବିବାର ଦର୍ଶନ ବନ୍ଦ ରଖାଯାଇଛି। ସେପଟେ ଭିଡ଼କୁ ନଜରରେ ରଖି ସ୍ବତନ୍ତ୍ର ପର୍ବପର୍ବାଣୀରେ ବି ଦର୍ଶନ କଟକଣା ଲଗାଯାଇଛି। ଭକ୍ତମାନେ ସକାଳ ୭ଟାରୁ ରାତି ୭ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି।

The post ଶ୍ରୀମନ୍ଦିର ଦର୍ଶନକୁ ନେଇ ଆଜି ଜାରି ହେବ ନୂଆ ଏସଓପି first appeared on Sambad.

from ଜିଲ୍ଲା | Sambad https://ift.tt/3l3tsoj