ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ଅନ୍ତର୍ଗତ ଚଲକି ପଞ୍ଚାୟତର ପିଇଓ ବିଶ୍ବମ୍ବର ଭୋଇଙ୍କ ଘରେ ଭିଜିଲାନ୍ସ ଚଢ଼ଉ | ତାଙ୍କର ନିଜସ୍ବ ଗ୍ରାମ ପାଟଣାଗଡ଼ ବ୍ଲକ୍ ଅନ୍ତର୍ଗତ ତମିଆଁ ଗ୍ରାମ ଓ ଚଲକି ଅଫିସଠାରେ ଭିଜିଲାନ୍ସ ଚଢ଼ଉ କରିଛି।

ବୁଧବାର ଭିଜିଲାନ୍ସର ୪ଟି ଟିମ୍ ବିଶ୍ବମ୍ବରଙ୍କ ବିଭିନ୍ନ ସ୍ଥାନରେ ଥିବା ଘର ଉପରେ ଚଢ଼ଉ ଜାରି କରିଛନ୍ତି।

ଚଢ଼ଉ ସମୟରେ ତାଙ୍କ ସମ୍ପତ୍ତି, ବହୁ ମୂଲ୍ୟବାନ ଜମି ତଥା କାଗଜପତ୍ର ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି। ଏହି ଚଢ଼ଉରେ ବଲାଙ୍ଗୀର, ସମ୍ବଲପୁର, ବରଗଡ଼ ଓ ସୁବର୍ଣ୍ଣପୁର ଭିଜିଲାନ୍ସ ବିଭାଗର ଅଧିକାରୀମାନେ ସାମିଲ ଥିବା ଜଣାପଡ଼ିଛି।
The post ମୁରିବାହାଲ ଚଲକି ପିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ଉ first appeared on Sambad.from ଜିଲ୍ଲା | Sambad https://ift.tt/2WVU3Md
0 Comments