ସମ୍ବଲପୁର : ଜଣେ ଯୁବକ ଭିଓଆଇପି(ଭଏସ୍‌ ଓଭର୍‌ ଇଣ୍ଟରନେଟ୍‌ ପ୍ରୋଟୋକଲ୍‌) କଲ୍‌ ମାଧ୍ୟମରେ ସମ୍ବଲପୁର ଅଞ୍ଚଳର ଜଣେ ଯୁବତୀଙ୍କୁ କଲ୍‌ କରି ଅଶ୍ଳୀଳ ଭାଷା ପ୍ରୟୋଗ କରିଥିଲେ। ଏ ନେଇ ଯୁବତୀ ଜଣକ ଗୁରୁବାର ଦିନ ସମ୍ବଲପୁର ସାଇବର୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ସାଇବର୍‌ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଶନିବାର ଅଭିଯୁକ୍ତକୁ ଗିରଫ କରିଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଗତ ଗୁରୁବାର ଦିନ ୧୧ଟା ସମୟରେ ଯୁବତୀଙ୍କ ପାଖକୁ ଏକ କଲ୍‌ ଆସିଥିଲା। ଯୁବତୀ କଲ୍‌ ରିସିଭ୍ କରିବା ପରେ ଯୁବକ ଜଣକ ନିଜକୁ ବଲାଙ୍ଗୀର ତୁଷରା ଥାନା ଉପରଝର ଗ୍ରାମର ଆଶିଷ କୁମାର ମହାପାତ୍ର ବୋଲି ପରିଚୟ ଦେଇଥିଲା। ଆଶିଷ ଏହାପରେ ଯୁବତୀଙ୍କୁ ଅଶ୍ଳୀଳ ଭାଷା ବ୍ୟବହାର କରି କଥା ନହେଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ଆଶିଷ ଏକ ଭିଓଆଇପି ଆପ୍ଲିକେସନ୍‌ ମାଧ୍ୟମରେ ନିଜ ପରିଚୟ ଗୋପନ ରଖି ଯୁବତୀଙ୍କୁ କଲ୍‌ କରି ଅପହରଣ ଓ ହତ୍ୟା ଧମକ ଦେଇଥିଲା। ଏହାପରେ ଯୁବତୀ ଜଣକ ସାଇବର୍‌ ଥାନାରେ ଲିଖିତ ଅଭିଯୋଗ କରିବା ପରେ ସାଇବର୍‌ ପୁଲିସ ତତ୍ପରତା ଦେଖାଇବା ସହ ଯାଞ୍ଚ ଆରମ୍ଭ କରିଥିଲା। ଶନିବାର ବଲାଙ୍ଗୀର ଉପରଝର ଗ୍ରାମର ଆଶିଷ କୁମାର ମହାପାତ୍ର(୩୦)କୁ ସାଇବର୍‌ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

The post ‘କଥା ନ ହେଲେ ଜୀବନରୁ ମାରିଦେବି’, ଯୁବତୀଙ୍କୁ ଧମକ ଦେଇ ଯୁବକ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3ug0Bl4