
ବରଗଡ଼ : ହାଜତ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ଖେଦାପାଲିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହାଇଡ୍ରାମା ଦେଖିବାକୁ ମିଳିଛି। ଗୋଟିଏ ପଟେ ମୃତକ ଗୋବିନ୍ଦ କୁମ୍ଭାରଙ୍କ ପରିବାର, ଗ୍ରାମବାସୀ ଏବଂ ପୁଲିସ୍ ମଧ୍ୟରେ କଥା କଟାକଟି ଚାଲିଥିଲା। ଅନ୍ୟପଟେ ଗୋବିନ୍ଦଙ୍କ ଭାଇ ଜିତେନ୍ କୁମ୍ଭାରଙ୍କ ଆତ୍ମହତ୍ୟା ଉଦ୍ୟମ ଯୋଗୁଁ ଅଡ଼ୁଆ ପରସ୍ଥିତି ଉପୁଜିଥିଲା। ପୁଲିସ୍ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ କ୍ଷତିପୂରଣ ଦାବିରେ ଜିତେନ୍ ହସ୍ପିଟାଲର ୬ ମହଲା ଉପରକୁ ଚଢ଼ି ସେଠାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ପୁଲିସ୍ ଏବଂ ପରିବାରଲୋକେ ବୁଝାସୁଝା କରିବା ପରେ ତାଙ୍କୁ ତଳକୁ ଓହ୍ଲାଯାଇଥିଲା।
The post ହାଜତ ମୃତ୍ୟୁ ଘଟଣା: ୬ ମହଲା ଉପରକୁ ଚଢ଼ି ଆତ୍ମହତ୍ୟା ଉଦ୍ୟମ କଲେ ଭାଇ first appeared on Sambad.from ଜିଲ୍ଲା | Sambad https://ift.tt/3zLZbQ5
0 Comments