
ବାରିପଦା : କରୋନା ମହାମାରୀ ମଧ୍ୟରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ, ବାରିପଦାର ଚଳିତ ଶିକ୍ଷାବର୍ଷ ପାଇଁ +୩ ଶେଷ ସେମିଷ୍ଟାର୍(ସିବିସିଏସ) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ ଏହି ବିଶ୍ବବିଦ୍ୟାଳୟ ଅଧୀନରେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ୮୫ଟି ମହାବିଦ୍ୟାଳୟରୁ ମୋଟ ୧୪, ୧୦୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। କଳାରେ ୯୭.୨୨ ପ୍ରତିଶତ ପାସ୍ହାର ହୋଇଥିବାବେଳେ ବାଣିଜ୍ୟରେ ୯୬.୩୯ ଏବଂ ବିଜ୍ଞାନରେ ସର୍ବାଧିକ ୯୮.୭୪ ପ୍ରତିଶତ ପାସ୍ହାର ହୋଇଛି। ସାମଗ୍ରୀକ ଭାବେ ମୋଟ ୯୭.୬୧ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। କରୋନା କାରଣରୁ ବ୍ୟାକ୍ ପରୀକ୍ଷା ଆଦି ଜାରି ରହିଥିବାରୁ ଚଳିତ ଶିକ୍ଷାବର୍ଷ ପାଇଁ ଟପ୍ପର ଛାତ୍ରଛାତ୍ରୀଙ୍କ ସୂଚୀ ପ୍ରକାଶ କରାଯାଇନଥିବା ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଆଜି ପ୍ରକାଶ ପାଇଥିବା ପରୀକ୍ଷା ଫଳ ଅନ୍ଲାଇନରେ ଉପଲବ୍ଧ ଥିବା ପ୍ରକାଶ।
The post ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର +୩ ଶେଷ ସେମିଷ୍ଟାର୍ ପରୀକ୍ଷା ଫଳ ପ୍ରକାଶିତ first appeared on Sambad.from ଜିଲ୍ଲା | Sambad https://ift.tt/38L68Ga
0 Comments