
ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼-ଘସିଏନ ରାସ୍ତାର ଜାମ ଜୋର ନଦୀରୁ ଏକ ଗଳିତ ଶବ ଉଦ୍ଧାର ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ପାଟଣାଗଡ଼-ଘସିଏନ ରାସ୍ତାର ଘୁମେର ଛକ ନିକଟରେ ଥିବା ଜାମ ଜୋର ନଦୀ ସେତୁ ତଳୁ ଏକ ଗଳିତ ଶବ ପଡିଥିବା ଦେଖି ଲୋକେ ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ଲୋକେ ଲରମ୍ଭା ପୁଲିସକୁ ଖବର ଦେଇଥିଲେ। ଲରମ୍ଭା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ଘସିଏନ ଡାକ୍ତରଖାନାକୁ ପଠାଇଥିଲା। ସେଠାରେ ଶବ ବ୍ୟବଚ୍ଛେଦ ହୋଇ ନ ପାରିବାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ପଠା ଯାଉଥିବା ଜଣାପଡିଛି। ଶବଟି କାହାର ଚିହ୍ନଟ ହୋଇ ପାରି ନ ଥିବା ବେଳେ ଏହା ଏକ ପୁରୁଷର ଶବ ବୋଲି ଜଣାପଡିଛି। ମୃତଦେହଟି ସମ୍ପୂର୍ଣ୍ଣ ପଚି ସଢି ଯାଇଥିବା ଜଣାପଡିଛି। ଏ ସମ୍ପର୍କରେ ପୁଲିସ ତଦନ୍ତ କରୁଥିବା ଜଣାପଡିଛି। ଗଳିତ ଶବ ଉଦ୍ଧାର ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହି ଶବଟି ବର୍ଷା ପାଣିରେ ବହି ଆସିଥିବା କହୁଥିବା ନେଇ ଚର୍ଚ୍ଚା ହେଉଛି।
The post ଜାମ ଜୋର ନଦୀରୁ ଗଳିତ ଶବ ଉଦ୍ଧାର first appeared on Sambad.from ଜିଲ୍ଲା | Sambad https://ift.tt/3CpixMG
0 Comments