
ନୂଆପଡ଼ା/କୋମନା : ନୂଆପଡ଼ା ଜିଲ୍ଲା ଲଖନା ଥାନା ମୁରଲିବାହାଲି ଗାଁ ନିକଟ ରେଲ୍ୱେ ଲାଇନ୍ ଲେବଲ୍ କ୍ରସିଂ ନିକଟରେ ଜଣେ ଯୁବକ ଟ୍ରେନ୍ରେ କଟି ପ୍ରାଣ ହରାଇଛନ୍ତି। ମୃତକ ଜଣକ କୋମନା ଥାନା କାଣ୍ଡେତରା ଗାଁର ପୁସ୍ତମ ସତନାମୀ (୨୮) ବୋଲି ଜଣାପଡ଼ିଛି। ସୋମବାର ସକାଳୁ ଲେବଲ୍ କ୍ରସିଂ ନିକଟ ରେଳ ଲାଇନ୍ ଉପରେ ମୁଣ୍ଡରୁ ଗଣ୍ଡି ଅଲଗା ହୋଇ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ରେଲ୍ୱେ ପୁଲିସକୁ ଖବର ଦେବାରୁ ଟିଟିଲାଗଡ଼ ରେଲ୍ୱେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁସ୍ତମ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି ରେଳ ଲାଇନ୍ରେ ଫିଙ୍ଗାଯାଇଛି, ସ୍ପଷ୍ଟ ହୋଇ ପାରିନାହିଁ।
The post ଟ୍ରେନ୍ରେ କଟି ଯୁବକ ମୃତ: ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ first appeared on Sambad.from ଜିଲ୍ଲା | Sambad https://ift.tt/3nrKzD1
0 Comments