
ଶହେ ଟଙ୍କା ପାଇଁଁ ପଥରରେ ଛେଚି ମାରିଦେଲେ
ଜଣେ ନାବାଳକ, ୨କିନ୍ନର ସମେତ ୭ଜଣଙ୍କୁ କୋର୍ଟ ଚାଲାଣ
୨ ବାଇକ୍ ଓ ୭ ମୋବାଇଲ୍ ଜବତ
କୋରେଇ/ପାଣିକୋଇଲି : ପାଣିକୋଇଲି ଡବଲ୍ ମର୍ଡର ଘଟଣା ଉପରୁ ପରଦା ହଟାଇଛି ପୁଲିସ। କିନ୍ନରଙ୍କ ସହ ଅନୈତିକ ସଂପର୍କରୁ ବିବାଦ ଉପୁଜି ୨ ଯୁବକଙ୍କୁ ହତ୍ୟା କରାଯାଇଛି। ଦାବି ମୁତାବକ ଅର୍ଥ ନଦେବାରୁ ଅର୍ଥାତ୍ ମାତ୍ର ଶହେ ଟଙ୍କା ପାଇଁ ମାନସ ରଞ୍ଜନ ଦାସ ଓ ବିଜୟ କୁମାର ସାହୁଙ୍କୁ ୨ଜଣ କିନ୍ନର ଓ ଅନ୍ୟ ୫ଜଣ ଗରାଖ ମିଳିତ ଭାବେ ଆକ୍ରମଣ କରି ପଥରରେ ଛେଚି ହତ୍ୟା କରିଥିଲେ। ପାଣିକୋଇଲି ଟେଲ୍ଗେଟ୍ ନିକଟରେ ଚାଲିଥିବା କିନ୍ନର କାରନାମା ପଦାକୁ ଆସିବା ପରେ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ହତ୍ୟା ଘଟଣାରେ ପୁଲିସ ୨ଜଣ କିନ୍ନର, ଜଣେ ଯୁକ୍ତ ଦୁଇଛାତ୍ର (ନାବାଳକ) ସହିତ ମୋଟ ୭ଜଣଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।
ପାଣିକୋଇଲି ଥାନା ସୋତି ଗ୍ରାମ ନିକଟରେ ହୋଇଥିବା ଡବଲ ମର୍ଡର ଘଟଣାର ହତ୍ୟାକାରୀଙ୍କ ନିକଟରେ ପୁଲିସ ପହଞ୍ଚିବା ପରେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଏହା ଏକ ସୁପରିକଳ୍ପିତ ନୁହେଁ ଅକସ୍ମାତ ହତ୍ୟାକାଣ୍ତ ବୋଲି ପୁଲିସ୍ ପ୍ରକାଶ କରିଛି। କିନ୍ନରଙ୍କ ସହିତ ଅନୈତିକ ସଂପର୍କ ସ୍ଥାପନ ପରେ ପାଉଣାକୁ ନେଇ ବିବାଦରୁ ହତ୍ୟାକାଣ୍ଡ ହୋଇଛି। ଭଦ୍ରକର କିଛି ଗରାଖଙ୍କ ସହିତ ମିଶି ଦୁଇ ଯୁବକଙ୍କୁ ହତ୍ୟା କରାଯାଇଛି ବୋଲି ଡିଏସ୍ପି ପ୍ରମୋଦ କୁମାର ମଲ୍ଲିକ କହିଛନ୍ତି। ଏହି ଘଟଣାରେ ଭଦ୍ରକର ଜଣେ ନାବାଳକ ସମେତ ୫ ଜଣ ଅଭିଯୁକ୍ତ ଏବଂ ଦୁଇ ଜଣ କିନ୍ନରଙ୍କୁ ପାଣିକୋଇଲି ପୁଲିସ ଗିରଫ କରିଛି। କେସ୍ ନମ୍ବର ୨୩୮/୨୧ ଦଫା ୩୦୨, ୨୦୧ ଓ ୩୪ଆଇପିସିରେ ସୋମବାର କୋର୍ଟ ଚାଲାଣ କରାଯାଇଛି।
The post ପାଣିକୋଇଲି ଡବଲ୍ ମର୍ଡର ଘଟଣା ଉପରୁ ପରଦା ହଟିଲା: କିନ୍ନରଙ୍କ ସହିତ ଅନୈତିକ ସଂପର୍କରୁ ହତ୍ୟା first appeared on Sambad.from ଜିଲ୍ଲା | Sambad https://ift.tt/3AekCKQ
0 Comments