କୋକସରା: କୋକସରା ପଞ୍ଚାୟତ ଗଡ଼ରାମାଲ ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ ପାଇଁ ସ୍ଥାନୀୟ ବାସିନ୍ଦା ବିଡିଓ ଓ ତହସିଲଦାରଙ୍କୁ ବୁଧବାର ଦାବିପତ୍ର ଦେଇଛନ୍ତି। ସୂଚନାନୁସାରେ ଏହି ଗ୍ରାମରେ ୨୦୦ରୁ ଊର୍ଦ୍ଧ୍ବ ପରିବାର ରହୁଛନ୍ତି। ସମସ୍ତେ ଚାଷ ଓ ଗୋପାଳନ କରି ଜୀବନ ଜୀବିକା ନିର୍ବାହ କରିଥାନ୍ତି। ତେବେ ବିଗତ କିଛିବର୍ଷ ହେବ ଗ୍ରାମର କିଛି ସ୍ୱାର୍ଥପର ବ୍ୟକ୍ତି ଗୋଚର ଜମିକୁ ଅକ୍ତିଆର କରି ଚାଷ କରୁଛନ୍ତି। ଫଳରେ ସ୍ଥାନୀୟ ଗାଈମାନଙ୍କ ପାଇଁ ଚାରଣ ଭୂମି ନାହିଁ। ଗାଈଗୋରୁ ରଖି ଜୀବକା ନିର୍ବାହ କରୁଥିବା ଚାଷୀମାନେ ଏଥିପାଇଁ ଅସୁବିଧା ଭୋଗୁଥିଲେ। ପଞ୍ଚାୟତ ପ୍ରଶାସନ ନିକଟରେ ଅନେକଥର ଅଭିଯୋଗ କରିବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଆଜି ଗଡ଼ରାମାଲ ଗ୍ରାମର ଭିକାରୀ ବିଶି, ଦିଲ୍ଲୀପ ବିଶି, ଆଲୋକ ବିଶି, ବିଷ୍ଣୁ ବିଶି, ଘନଶ୍ୟାମ ବିଶି, ଉପେନ୍ଦ୍ର ନିଆଲ, ରାମଚନ୍ଦ୍ର ନିଆଲ, ଚନ୍ଦ୍ରହାସ୍ୟ ବିଶି, ରଘୁନାଥ ବିଶି, ବିମ୍ବାଧର ବିଶି, କୁରୁକ୍ଷେତ୍ର ବେହେରା, ମଙ୍ଗଲୁ ନିଆଲ, ସତ୍ୟ ନିଆଲ, କୈଳାସ ବିଶି ପ୍ରମୁଖ କୋକସରା ତହସିଲଦାର ଓ ବିଡିଓ ଅଫିସର ମୁଖ୍ୟ କିରାଣିଙ୍କ ଜରିଆରେ ଦାବିପତ୍ର ଦେଇଛନ୍ତି। ଗୋଚର ଜମି ଚିହ୍ନଟ କରି ଜବରଦଖଲ ହଟାଇବା ପାଇଁ ଦାବି କରିଛନ୍ତି।

The post ଜବରଦଖଲ ହଟାଇବାକୁ ବ୍ଲକ୍‌ ପ୍ରଶାସନର ଦ୍ୱାରସ୍ଥ  first appeared on Sambad.

from ଜିଲ୍ଲା | Sambad https://ift.tt/2WtdhZk