ରାଉରକେଲା: ‘ଆଜାଦୀ କି ଅମୃତ ମହୋତ୍ସବ’ ପାଳନ ଅବସରରେ ରାଉରକେଲା ସ୍ମାର୍ଟସିଟି ପକ୍ଷରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବୁଧବାର ଦିନ ନାରୀ ସୁରକ୍ଷାର ବାର୍ତ୍ତା ନେଇ ଏହି ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସହିତ ସାଧାରଣ ମହିଳାମାନେ ଭାଗ ନେଇଥିଲେ। ସ୍ଥାନୀୟ କୋଏଲ ନଗର ସ୍ଥିତ ଶକ୍ତି ବଜାର ଠାରୁ ଏହି ଶୋଭାଯାତ୍ରା ବାହାରିଥିଲା। ମହିଳାମାନେ ହାତରେ ପ୍ଲାକାର୍ଡ ଧରି ଶୋଭାଯାତ୍ରା କରିଥିଲେ। ରାଉରକେଲା ସହରରେ ନାରୀମାନେ ସୁରକ୍ଷିତ ବୋଲି ସମସ୍ତଙ୍କୁ ବାର୍ତ୍ତା ଦେଇଥିଲେ। ଆଗରୁ ନାରୀ ମାନେ ଯେଉଁ ଭୟର ବାତାବରଣ ଭିତରେ ରହୁଥିଲେ ତାହା ଏବେ ଆଉ ନାହିଁ ବୋଲି ମହିଳାମାନେ ଅନ୍ୟମାନଙ୍କୁ ସଚେତନ କରାଇଥିଲେ।

Sambad

ଏହି କାର୍ଯ୍ୟକ୍ରମରେ ରାଉରକେଲା ସ୍ମାର୍ଟସିଟିର ଜେନେରାଲ ମ୍ୟାନେଜର (ଅପରେସନ) ସଞ୍ଜୟ କୁମାର ନନ୍ଦ, ମୁଖ୍ୟ ଅଧିକାରୀ (ଅର୍ଥ) ୟୁପିସି ପାତ୍ର, ଆର୍କିଟେକ୍ଟ ସାର୍ଥକ ସୌରଭ ରଥ, ସାମାଜ ବିକାଶ ଅଧିକାରୀ ବିବେକ ରାଜ, ଏମଆଇଏସ ମ୍ୟାନେଜର ଅନୁରଞ୍ଜନ ମିଞ୍ଜ, ରାଉରକେଲା ମହାନଗର ନିଗମର ନୋଡାଲ ଗୋଷ୍ଠୀ ସଙ୍ଗଠିକା ସୌଭାଗ୍ୟବତୀ ସାହୁ, ପ୍ରୀତିସମୟୀ ଲେଙ୍କା ଏବଂ ସିଟି ମିଶନ ମ୍ୟାନେଜର ସନ୍ତୋଷ କୁମାର ଭୂୟାଁ ପ୍ରମୁଖ ଉପସ୍ଥିତ ଉପସ୍ଥିତ ଥିଲେ। ଭାରତ ସରକାରଙ୍କ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ‘ଆଜାଦୀ କି ଅମୃତ’ ମହୋତ୍ସବ ସପ୍ତାହ ପାଳନ କରାଯାଉଛି। ଏହି ଅବସରରେ ଦେଶର ୧୦୦ଟି ସହରରେ ୨୭ ସେପ୍ଟେମ୍ବର ଠାରୁ ୩ ଅକ୍ଟୋବର ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ରାଉରକେଲା ସ୍ମାର୍ଟସିଟି ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛି।

The post ନାରୀ ସୁରକ୍ଷାର ବାର୍ତ୍ତା ନେଇ ରାଉରକେଲା ସ୍ମାର୍ଟସିଟି ପକ୍ଷରୁ ଶୋଭାଯାତ୍ରା, ସାମିଲ ହେଲେ ମିଶନ ଶକ୍ତିର ମହିଳା first appeared on Sambad.

from ଜିଲ୍ଲା | Sambad https://ift.tt/39QEFnd