ଜୟପୁର: ଆସନ୍ତା ୧୦ ତାରିଖ ଗଣେଶ ପୂଜା ଦିନ ଜୟପୁର ଓ ମାଲକାନଗିରି ଠାରେ ନବନିର୍ମିତ ଜିଲ୍ଲା ଦୌରାଜଜ୍ କୋର୍ଟର ଲୋକାର୍ପଣ ଏକା ସମୟରେ ଭିଡିଓ କନଫେରନସିଂ ମାଧ୍ୟମରେ ଅନୁଷ୍ଠିତ ହେବ। ଏ ନେଇ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଚିଂଛି। ୧୦ତାରିଖ ଦିନ ୯ଟା ୨୦ରୁ କାର୍ଯ୍ୟକ୍ରମ ଆରମ୍ଭ ହେବ। ମାନ୍ୟବର ହାଇକୋର୍ଟର ରେଜିଷ୍ଟ୍ରାର ଜେନରାଲ ମାନ୍ୟବର ମୁଖ୍ୟ ବିଚାରପତିଙ୍କ ଠାରୁ ଏହି ଦୁଇ କୋର୍ଟର ଲୋକାର୍ପଣର ଅନୁମତି ମାଗିବେ। ୯ଟା ୨୧ରେ ପ୍ରଥମେ ଜିଲ୍ଲା ଦୌରାଜଜ୍ କୋରାପୁଟ(ଜୟପୁର) ଓ ପରେ ଜିଲ୍ଲା ଦୌରାଜଜ୍ ମାଲକାନଗିରି ସ୍ବାଗତ ଭାଷଣ ରଖିବେ। ଏହା ପରେ ଜିଲ୍ଲା ଆଇନଜୀବୀ ସଂଘ ଜପୁୟରର ସଭାପତି ଓ ମାଲାକାନଗିରି ଜିଲ୍ଲା ଓକିଲ ସଂଘର ସଭାପତି ବକ୍ତବ୍ୟ ରଖିବେ। ସାଢ଼େ ୯ଟା ରେ ମାନ୍ୟବର ହାଇକୋର୍ଟର ମୁଖ୍ୟ ବିଚାରପତି ଏସ. ମୁରଲୀଧର ଭିଡିଓ କନଫେରନସିଂ ମାଧ୍ୟମରେ ଏକା ସହ ଦୁଇଟି ଯାକ ନବନିର୍ମିତ ଜିଲ୍ଲା ଦୌରାଜଜ୍ କୋର୍ଟକୁ ଲୋକାର୍ପିତ କରିବେ।

ମାନ୍ୟବର ହାଇକୋର୍ଟର କୋଠାବାଡ଼ି କମିଟିର ଅଧ୍ୟକ୍ଷ ତଥା ବିଚାରପତି ଶତ୍ରୁଘ୍ନ ପୁଜାହାରୀ ଓ କୋରାପୁଟ ଓ ମାଲାକାନଗିରୀ ଜିଲ୍ଲାର ହାଇକୋର୍ଟର ପ୍ରଶାସନିକ ବିଚାରପତି ଏସ୍‌କେ ପାଣିଗ୍ରାହୀ ଭିଡିଓ କନଫେରନସିଂରେ ବକ୍ତବ୍ୟ ରଖିବେ। ଏହା ପରେ ମୁଖ୍ୟ ବିଚାରପତି ଏସ୍ .ମୁରଲୀଧର ଏନେଇ ବକ୍ତବ୍ୟ ରଖିବାର କାର୍ଯ୍ୟକ୍ରମର ସୂଚି ମିଳିଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦୌରାଜଜ୍, ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ସହ ସମସ୍ତ ବିଚାରପତି, ଜିଲ୍ଲାପାଳ, ଏସ୍‌ପି, ଉପଜିଲ୍ଲାପାଳଙ୍କ ସହ ଓକିଲ, ବହୁ ଗନ୍ୟମାନ୍ୟ ବ୍ୟକ୍ତି ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି।

The post ୧୦ ତାରିଖରେ ଭିଡିଓ କନଫେରନସିଂରେ ହେବ ‌ଜୟପୁର-ମାଲକାନଗିରି ଜିଲ୍ଲା ଦୌରାଜଜ୍ କୋର୍ଟ ଲୋକାର୍ପଣ first appeared on Sambad.

from ଜିଲ୍ଲା | Sambad https://ift.tt/2VoWztp