ମାଲକାନଗିରି: ମାଲକାନଗିରି ସୀମାନ୍ତକୁ ଲାଗି ରହିଥିବା ଛତିଶଗଡର ଦରଭା ଡିଭିଜନ ଆଜି ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ପ୍ରେସ ବିଜ୍ଞପ୍ତିରେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ମୁୟା ସୋଡି କିପରି ସଂଗଠନକୁ ଧକ୍କା ଦେଇ ପୁଲିସର ଚାଟୁକାର ସାଜିଛି ସେନେଇ ବଖାଣିଛି। ସଂଗଠନରେ ରହି ମୁୟା ଏକ ପ୍ରକାର ଜନବିରୋଧୀ କାର୍ଯ୍ୟ କରୁଥିଲା।

ମୁୟା ଲୋକଙ୍କୁ ହୀନ ଚକ୍ଷୁରେ ଦେଖିବା ସହ ଡରାଉଥିଲା। ଲୋକଙ୍କ ପାଇଁ କାମ ନକରି ନିଜର ସ୍ବାର୍ଥ ହିଁ ଦେଖୁଥିଲା। ଏନେଇ ସଂଗଠନ ବହୁ ଥର ମୁୟାକୁ ଚେତାବନୀ ଦେବା ସହ ବଦଳିବା ପାଇଁ ବହୁ ସମୟ ଦେଇଥିଲା। କିନ୍ତୁ ସେ ବଦଳିଲା ନାହିଁ। ପାର୍ଟିକୁ ଧକ୍କା ଦେଇ ସେ ଶେଷରେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା। ଲୋକଙ୍କ ପାଇଁ କାମ କରୁଥିବା ଜନଆନ୍ଦୋଳନକୁ ଦବାଇବା ପାଇଁ ପୁଲିସ ବିଭିନ୍ନ ଉପାୟ କରୁଛି।

ସେଥି ମଧ୍ୟରୁ ମୁୟା ଭଳି କିଛି ଦୁର୍ବଳ ଲୋକକୁ ନେଇ ପୁଲିସ ନିଜର କ୍ଷମତା ବଢାଉଛି ବୋଲି ଭାବିବା ଉଚିତ ନୁହେଁ। ମୁୟାକୁ ନେଇ ପୁଲିସ ଇନଫରମର ବନାଇଛି। ଲୋକଙ୍କୁ ଟାର୍ଗେଟ କରିବା ଏବଂ ମିଥ୍ୟା କେଶରେ ଫସାଇ ଜେଲରେ ଭରିବା କାମ ମୁୟା ପୁଲିସ ସହ ମିଶି କରୁଛି ବୋଲି ମାଓ ସଚିବ ସାଇନାଥ ଅଭିଯୋଗ କରିଛନ୍ତି।

ଲୋକଙ୍କୁ ଆତ୍ମସମର୍ପଣ କରାଇବା ଭଳି କାମ କରୁଛି ମୁୟା। ସଂଗଠନରେ ରହିଥିବା ପାର୍ଟି ମେମ୍ବରମାନେ ନିଜେ ନିଜେ ଲୋକଙ୍କ ପାଇଁ କିପରି କାମ କରାଯାଇପାରିବ ସନେଇ ଚିନ୍ତା କରି ରାଜନୈତିକ ଦୃଷ୍ଟି କୋଣରୁ ସେମାନେ ଆଗେଇ ଆସୁଥିଲେ।କିନ୍ତୁ ଏମିତି କିଛି ଦୁଷ୍ଟ ଏବଂ ଖଳ ପ୍ରକୃତିର ଲୋକମାନେ ପାର୍ଟିକୁ ବଦନାମ କରିବା ସହ ପୁଲିସ ନିକଟରେ ଆତ୍ମସମର୍ପଣ କରି ଜୋନ ଆନ୍ଦୋଳନ ବିରୋଧରେ ଯାଉଛନ୍ତି।ଲୋକେ ମୁୟାର ବ୍ୟବହାର ସଂପର୍କରେ ଅବଗତ ରହିଛନ୍ତି।ତେଣୁ ତାକୁ ଚୋର ଓ ଡକାୟତ ମୁୟା ବୋଲି ଡାକୁଛନ୍ତି।ଏଭଳି ଲୋକଙ୍କୁ ପାର୍ଟି ଦଣ୍ଡ ଦେବ ବୋଲି ସାଇନାଥ ଧମକ ଦେଇଛନ୍ତି।

The post ମୁୟା ସୋଡି ପୁଲିସର ଇନଫରମର ସାଜିଛି ମାଓ ସଚିବ ସାଇନାଥ first appeared on Sambad.

from ଜିଲ୍ଲା | Sambad https://ift.tt/3nb3lP3