
ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ବନ୍ଧପାରି ପଞ୍ଚାୟତ କୁକେଲକୁବୁରୀ ଗାଁର ଜଣେ ଦିବ୍ୟାଙ୍ଗ ନାବାଳିକା ଗୁରୁବାର ଅପରାହ୍ଣରେ ରେତ ନଦୀରେ ଭାସିଯାଇ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ କାନ୍ଦୁ କରୁଆଙ୍କ ଝିଅ ଦୀପିକା କରୁଆ (୧୩) ବୋଲି ଜଣାପଡ଼ିଛି।
ନଦୀର ପୁରୁଣାପଡ଼ା ଘାଟକୁ ଗାଧୋଇବା ପାଇଁ ଯାଇଥିଲେ। ଫେରିବାରେ ବିଳମ୍ବ ହେବାରୁ ସାନ ଭଉଣୀ ସୁନିତା ଖୋଜିବାକୁ ଆସିଥିଲେ। ଘାଟରେ ଚପଲ ଡ୍ରେସ୍ ପଡ଼ିଥିବା ବେଳେ ଭଉଣୀକୁ ପାଇନଥିଲେ। ଏହି ସମୟରେ ଗାଁର ୨ଜଣ ବାହାଦୂର ବାଗ ଓ ଭୁଜ ସୁନା ଖୋଜାଖୋଜି କରିବାରୁ ପ୍ରାୟ ୨ ଶହ ମିଟର ଦୂରରେ ଦୀପିକାଙ୍କ ପତ୍ତା ମିଳିଥିଲା। ଖବର ପାଇ ଥାନା ଅଧିକାରୀ ରୁନୁ କୁମାରୀ ମାଝୀ ନିଜ ଟିମ୍ ସହିତ ଘଟଣାସ୍ଥଳରୁ ଶବ ଜବତ କରିଥିଲେ। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି।
ସୂଚନାଥାଉକି ବୁଧବାର ବନ୍ଧପାରି ପଞ୍ଚାୟତ କୁଟୁରୁଗୁଡା ଗାଁର ୨ଜଣ ଶିଶୁ ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଥିଲେ। ଉକ୍ତ ଘଟଣା ୨୪ ଘଣ୍ଟା ନପୂରୁଣୁ ନାବାଳିକାର ମୃତ୍ୟୁ ହେବାରୁ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
The post ରେତ ନଦୀରେ ଭାସି ଯାଇ ଭିନ୍ନକ୍ଷମ ନାବାଳିକା ମୃତ first appeared on Sambad.from ଜିଲ୍ଲା | Sambad https://ift.tt/3i230ut
0 Comments