
ଯାଜପୁରଟାଉନ: ପରିବେଶ ସୁରକ୍ଷା ଓ ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ମାନ୍ୟବର ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଫଳରେ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆଗାମୀ ପାର୍ବଣ ଋତୁରେ ବାଣ ଫୁଟା ଓ ମାଇକ୍ ବ୍ୟବହାର ଉପରେ କଟକଣା ଜାରି କରିଛନ୍ତି। ଉଚ୍ଚ ଶବ୍ଦର ମାଇକ୍ ବଜାଇବା ସହ ବାଣ ଫୁଟା ଯୋଗୁଁ ପରିବେଶ ଉପରେ କୁପ୍ରଭାବ ପଡ଼ୁଛି। ଏହାଦ୍ୱାରା ଶିଶୁ, ବୟସ୍କ ବ୍ୟକ୍ତି, ରୋଗୀଙ୍କ ସମେତ ଜୀବଜନ୍ତୁମାନେ ମଧ୍ୟ କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ ପାର୍ବଣ ଋତୁରେ ବାଣଫୁଟା ଓ ମାଇକ୍ ବଜାଇବା ଉପରେ କଟକଣା ଲାଗୁ କରାଯାଇଛି ବୋଲି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଜିଲ୍ଲାର ପ୍ରତ୍ୟେକ ବ୍ୟକ୍ତି, ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା, ପଦାଧିକାରୀ ଏହାକୁ କଡ଼ାକଡ଼ି ଭାବେ ଅନୁପାଳନ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
The post ପାର୍ବଣ ଋତୁରେ ବାଣଫୁଟା ଓ ମାଇକ୍ ବ୍ୟବହାର ଉପରେ କଟକଣା first appeared on Sambad.from ଜିଲ୍ଲା | Sambad https://ift.tt/3n4xmzO
0 Comments