ରୁପ୍ରା : କଳାହାଣ୍ଡି ଉତ୍ତର ବନଖଣ୍ଡ ନର୍ଲା ସେକ୍ସନ୍ ଓ ରୁପ୍ରାରୋଡ୍ ସେକ୍ସନ୍ ଅଧୀନ ରୁପ୍ରା ଗ୍ରାମ ପଞ୍ଚାୟତ ତିତକେଲା, ଭୀମକେଲା ପଞ୍ଚାୟତର ବୁର୍ଡିପଡ଼ା ଓ ଭାନପୁର ପଞ୍ଚାୟତର ଗୁଡ଼ାଙ୍ଗଗୁଛା ଗ୍ରାମରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଶୁକ୍ରବାର ରାତିରେ କମେଗାଁ ପାର୍ଶ୍ବରୁ ୧୧ଟିକିଆ ହାତୀପଲ ଆସି ନଷ୍ଟ କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ବୁର୍ଡିପଟା ନଈକୂଳରେ ଥିବା କଦଳୀ ବଗିଚା ପର୍ଯ୍ୟନ୍ତ ଆସିଥିଲେ। ରାତିରେ ନଈକୂଳରେ କିଛି ସମୟ ବିଶ୍ରାମ କରି ତିତକେଲା ଅଭିମୁଖେ ଯାଇ ଜିତୁ ବିଶ୍ୱାଳ, ଡାକଋଷି ଗହିର, ଅକ୍ରୂର ଗହିର, ବିଶ୍ୱନାଥ ମାଝୀ, ପଙ୍କଜ ମାଝୀ, ଗୋରେଖ ମାଝୀ, ଶତ୍ରୁଘ୍ନ ମାଝୀ, ମିଲନ ଭୋଇ, ନଟ ସାହୁ ଓ ନେପାଳ ଭୋଇଙ୍କ କପାଚାଷ ନଷ୍ଟ କରିଥିବା ଅଭିଯୋଗ ହୋଇଛି।

ହାତୀପଲ ଶନିବାର ଦିନସାରା ଗୁଡ଼ାଙ୍ଗଗୁଛାସ୍ଥିତ ମହାନଦୀ ମିସନ ନର୍ସରିରେ ରହିଛନ୍ତି। ଉଭୟ ପାର୍ଶ୍ୱରେ ରୁପ୍ରାରୋଡ୍‌ ଫରେଷ୍ଟର ବିଶ୍ୱଜିତ ଠାକୁର ଓ ନର୍ଲା ଫରେଷ୍ଟର ଭବାନୀ ନାଏକ ହାତୀପଲର ଗତିବିଧି ନିରୀକ୍ଷଣ ଡ୍ରୋନ୍ ସାହାଯ୍ୟରେ କରୁଛନ୍ତି। ସରକାରୀ ନିୟମାନୁଯାୟୀ କ୍ଷତିପୂରଣ ଦେବାକୁ ଚାଷୀମାନେ ଦାବି କରିଛନ୍ତି।

The post ହାତୀ ଉପଦ୍ରବ, ବ୍ୟାପକ କପା ଫସଲ ନଷ୍ଟ ଅଭିଯୋଗ first appeared on Sambad.

from ଜିଲ୍ଲା | Sambad https://ift.tt/3tPrsEa